ଓଡ଼ିଶାଲାଇଭ୍ ବ୍ୟୁରୋ

ଏଥର ରାଜ୍ୟ ବଜେଟରେ ମହିଳା ଓ ଶିଶୁ ବିକାଶକୁ ଧ୍ୟାନ ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏଥର ବିଧାନସଭା ବଜେଟରେ ରାଜ୍ୟ ସରକାର ମିଶନ ଶକ୍ତି ମହିଳାଙ୍କ ପାଇଁ ମୋଟ୍ ୩୧୬ କୋଟି ଟଙ୍କାର ବ୍ୟୟବରାଦ ଘୋଷଣା କରିଛନ୍ତି।

  • ମହିଳା, ଶିଶୁ କଲ୍ୟାଣ ଓ ମିଶନ ଶକ୍ତି ବିଭାଗ ପାଇଁ ୪ ହଜାର ୭୫ କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ ଘୋଷଣା
  • ପୁଷ୍ଟି କୈନ୍ଦ୍ରିକ ଯୋଜନା ପାଇଁ ୫ ହଜାର ୨୧୦କୋଟି ଟଙ୍କା ଏବଂ ପୁଷ୍ଟି ସମ୍ବେଦନଶୀଳ ଯୋଜନା ପାଇଁ ୨୩ ହଜାର ୭୫୪ କୋଟି ଟଙ୍କାର ବ୍ୟୟବରାଦ
  • ୬ ବର୍ଷରୁ କମ୍ ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥାର ଉନ୍ନତି ପାଇଁ ସମନ୍ୱିତ ଶିଶୁ ବିକାଶ ଯୋଜନା ପ୍ରଣୟନ
  • ଏହି ଯୋଜନାରେ ଅତିରିକ୍ତ ପୁଷ୍ଟିକର କାର୍ଯ୍ୟକ୍ରମ ପାଇଁ ୧ ହଜାର ୧୬୧ କୋଟି ଟଙ୍କା ଖର୍ଚ୍ଚ ହେବ
  • ସମନ୍ୱିତ ଶିଶୁ ସୁରକ୍ଷା ଯୋଜନା ପାଇଁ ୭୭ କୋଟି ଟଙ୍କା ବଜେଟ୍ ବ୍ୟୟବରାଦ
  • କିଶୋରୀ ବାଳିକାଙ୍କ ସଶକ୍ତିକରଣ ଯୋଜନା ପାଇଁ ୧୧ କୋଟି ଟଙ୍କା ଖର୍ଚ୍ଚ ହେବ
  • ସମନ୍ୱିତ ଶିଶୁ ବିକାଶ ଯୋଜନାର କାର୍ଯ୍ୟକାରିତା ପାଇଁ ଖର୍ଚ୍ଚ ହେବ ୪୭୪ କୋଟି ଟଙ୍କା
  • ମମତା ଯୋଜନା ପାଇଁ ୩୦୫ କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ
  • ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଋଣ ଛାଡ଼ ପାଇଁ ୧ ଶହ ୫୦ କୋଟି ଟଙ୍କାର ବ୍ୟୟବରାଦ
  • ମିଶନ ଶକ୍ତି ମହିଳାଙ୍କ ପାଇଁ ୩୧୬ କୋଟି ଟଙ୍କା ଖର୍ଚ୍ଚ କରାଯିବ
  • ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନାରେ ଶିଶୁମାନଙ୍କୁ ପୋଷାକ ଯୋଗାଇବା ପାଇଁ ୭୩ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର

Comment