ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଗ୍ରାହକଙ୍କୁ ଠକୁଛନ୍ତି ସୁନା ଦୋକାନୀ। ଓଜନ ମାପ ଯନ୍ତ୍ର ଦ୍ୱାରା ଗ୍ରାହକଙ୍କୁ ଠକା ଯାଉଛି। ବୁଧବାର ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।
ପ୍ରତିବର୍ଷ ବିଭାଗ ଦ୍ୱାରା ସୁନା ଦୋକାନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ୨୦୧୬ରେ ୫ ଲକ୍ଷ ୨ ହଜାର ୫ ଶହ ଟଙ୍କା, ୨୦୧୭ରେ ୧୦ ଲକ୍ଷ ୨୯ ହଜାର ୪ ଶହ ଟଙ୍କା, ୨୦୧୮ରେ ୭ ଲକ୍ଷ ୩ ହଜାର ୩୫୦ ଟଙ୍କା ଜରିମାନା ଆଦୟ ହୋଇିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।
ବୁଧବାର ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଜବାବରେ ମନ୍ତ୍ରୀ ଏହି ତଥ୍ୟ ରଖିଛନ୍ତି।


















