ଓଡ଼ିଶାଲାଇଭ୍‌ ବ୍ୟୁରୋ

 ମାଛ ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଭଲ। ଏଥିରେ ମିନେରାଲ୍ସ ଭିଟାମିନ୍‌ ଓ ବହୁ ପୌଷ୍ଟିକ ତତ୍ୱ ଭରି ରହିଛି। ଜାଣନ୍ତୁ ଖାଦ୍ୟରେ ମାଛ ସାମିଲ କରିବାର ଫାଇଦା?

ଥଣ୍ଡାରୁ ରକ୍ଷା କରେ: ମାଛ ଖାଇବା ଫଳରେ ଶୀତ ଦିନେ ଥଣ୍ଡା, କାଶ, ଜ୍ୱର ଓ ବ୍ୟାକ୍ଟେରିଆଲ ଇନଫେକ୍ସନରୁ ମୁକ୍ତି ମିଳିଥାଏ।

ବ୍ରେଷ୍ଟ କ୍ୟାନ୍ସର: ଅଧ୍ୟୟନ ଅନୁସାରେ ଜଣାପଡିଛି କି ଯେଉଁ ମହିଳା ସପ୍ତାହକୁ ଥରେ ବା ଦୁଇଥରୂ ମାଛ ଖାଇଥାନ୍ତି ସେମାନଙ୍କୁ ବ୍ରେଷ୍ଟ କ୍ୟାନସର ଓ ପ୍ରୋଷ୍ଟେଟ୍ କ୍ୟାନସର ହେବା ଭୟ କମ୍ ରହିଥାଏ।

ସ୍ମୃତି ଶକ୍ତି ବୃଦ୍ଧିମାଛ ଖାଇବା ଦ୍ୱାରା ସ୍ମୃତି ଶକ୍ତି କ୍ଷୀପ୍ର ହୋଇଥାଏ। ଏଥିସହିତ ମାନସିକ ବିକାରଗ୍ରସ୍ତ ରୋଗୀ ମଧ୍ୟ ମାଛ ଖାଇବା ବହୁତ ଭଲ। ଏଥିରେ ଥିବା ପ୍ରୋଟିନ୍ ମସ୍ତିଷ୍କରେ ନୂତନ କୋଷିକା ନିର୍ମାଣ କରିବାରେ ସହାୟକ ହୋଇଥାଏ।

ଉଚ୍ଚ ରକ୍ତ ଚାପ: ମାଛରେ ଲୋ ଫ୍ୟାଟ୍ ରହିଥିବା ଯୋଗୁଁ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ଯଦି ଆପଣଙ୍କର ଏହି ସମସ୍ୟା ରହିଛି ତେବେ ମାଛ ନିଶ୍ଚୟ ଖାଆନ୍ତୁ।

କାହିଁକି ଖାଇବେ ମାଛ: ଏମିତିରେ ଦେଖିବାକୁ ଗଲେ ମାଛ ଖୁବ୍ ଗରମ ହୋଇଥିବାରୁ ଏହାକୁ ଶୀତ ଦିନେ ଖାଇଲେ ଦେହ ବେଶ ଗରମ ରହିଥାଏ।

ପୋଷକ ତତ୍ତ୍ୱ: ପ୍ରୋଟିନ୍, କର୍ବୋହାଇଡ୍ରେଟ୍, ଓମେଗା-୩ ଫ୍ୟାଟି ଏସିଡି୍, ଭିଟାମିନ୍ ଡି’ ଓ ବି-୨ ମଧ୍ୟ ଭରପୁର ମାତ୍ରାରେ ରହିଥାଏ।

ମାଛ ଖାଇବା ସମୟ: ମାଛକୁ ସାଧାରଣତଃ ଦ୍ୱିପ୍ରହରେ ଖିଆଯାଇପାରେ। କିନ୍ତୁ ଏହାକୁ ରାତିରେ ଖାଇବା ଫଳରେ ଡାଇଜେଷ୍ଟ କରିବା ସହଜ ହୋଇନଥାଏ। ଏଥିପାଇଁ ମାଛ ଦିନକୁ ଥରେ ଓ ସପ୍ତାହକୁ ଦୁଇଥର ଖାଇବା ଉଚିତ।

Comment