ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫାଶୀ ହେବା ପୂର୍ବରୁ ଆତ୍ମହତ୍ୟା ଉଦ୍ୟମ କଲା ନିର୍ଭୟା ଗଣ ଦୁଷ୍କର୍ମ ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମା। ଗତ ୧୬ ତାରିଖ ଦିନ ବିନୟ ତିହାର ଜେଲରେ ନିଜ ସେଲରେ ଥିବା ବେଳେ କାନ୍ଥରେ ମୁଣ୍ଡ ପିଟି ଆତ୍ମହତ୍ୟା ଉଦ୍ୟମ କରିଥିଲା। ଏନେଇ ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ଜେଲର ସୁରକ୍ଷା କର୍ମୀମାନେ ତାଙ୍କୁ ଗୁରୁତର ଆଘାତ ଲାଗିବାରୁ ରକ୍ଷା କରିଥିଲେ। ଏହା  ପରେ ଡାକ୍ତରଙ୍କୁ ବିନୟର ସେଲକୁ ଅଣାଯାଇ ଚିକିତ୍ସା କରାଯାଇଥିଲା। ସେ ସାମାନ୍ୟ ଭାବେ ଆହତ ହୋଇଥିବା ଜଣାପଡ଼ିଛି।

ଏହି ଘଟଣା ପରେ ନିର୍ଭୟାର ୪ ଦୋଷୀଙ୍କ ସୁରକ୍ଷା ବଳୟକୁ କଡ଼ାକଡ଼ି କରାଯାଇଛି।

ବିନୟ ପୂର୍ବରୁ ବି ଥରେ ଆତ୍ମହତ୍ୟା ଉଦ୍ୟମ କରିଥିଲା।

ମାର୍ଚ୍ଚ ୩ ତାରିଖରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ଦିଲ୍ଲୀ ପଟିଆଲା କୋର୍ଟ ତୃତୀୟ ଥର ଓ୍ଵାରେଣ୍ଟ ଜାରି କରିଛନ୍ତି।

Comment