ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭଦ୍ରକ ଜିଲ୍ଲା ଧାମରା ବନ୍ଦରରେ ଲାଗିଲା ଚୀନ ଜାହଜ। ଏହା ଦେଖି ବନ୍ଦର କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଖେଳିଯାଇଛି। ଜାହାଜ ଭିତରେ ଚୀନର ଲୋକ ଥିବାରୁ ସେମାନଙ୍କୁ ଜାହଜ ତଳକୁ ଓହ୍ଲାଇବାକୁ ଦିଆଯାଇନାହିଁ। ଜାହଜକୁ ବିରୋଧ କରାଯିବାରୁ ଏହାର ପତାକା କାଢ଼ି ଦିଆଯାଇଛି।

ଏହି ଘଟଣା ପ୍ରଚାରିତ ହେବା ପରେ ଭଦ୍ରକ ଜିଲ୍ଲାପାଳ ଏନେଇ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ପରେ ଜାହଜ କର୍ମଚାରୀ ଜାହଜରେ ଥିବା ୪୪ ଜଣ ଚାଇନା କର୍ମଚାରୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ। ପରୀକ୍ଷା ପରେ କେହି ବି କୋରୋନା ଆକ୍ରାନ୍ତ ନଥିବା ଜଣାପଡ଼ିଛି।

ବୁଧବାର ବାଂଲାଦେଶରୁ ୨ଟି ଚାଇନା ଜାହାଜ ଧାମରା ବନ୍ଦରରେ ଲାଗିଥିଲା। ଦୁଇଟି ଜାହାଜରେ ଆଇରନ୍‌ ପ୍ଲେଟ ଓ କୋଇଲା ଭର୍ତ୍ତି ହୋଇଥିବା ଜଣାପଡ଼ିଥିଲା।

Comment