ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାମାନ୍ୟ କାଠ ଚୋରିକୁ କେନ୍ଦ୍ର କରି ଜଣେ ଗର୍ଭବତୀ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିଲେ ଫରେଷ୍ଟ ଗାର୍ଡ। ଏନେଇ ଅଭିଯୋଗ ହେବା ପରେ ଏବେ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ଵନ କରିଛନ୍ତି ବନଖଣ୍ଡ ଅଧିକାରୀ। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣିରେଞ୍ଜ ବାରାହାପାଣପୋଷି ଗାଁରେ।

କାଠ ଚୋରି ଅଭିଯୋଗରେ ଜଣେ ମହିଳା ପରେଷ୍ଟ ଗାର୍ଡ ବାରାହାପାଣପୋଷି ଗାଁର ଜଣେ ବୃଦ୍ଧା ଓ ତାଙ୍କ ଗର୍ଭବତୀ ନାତୁଣୀକୁ ନିସ୍ତୁକ ମାଡ଼ ମାରିଥିଲେ। ଏହାପରେ ତାଙ୍କୁ ଉଠବସ୍‌ ମଧ୍ୟ କରାଯାଇଥିଲେ। ଏଥିରେ ଉଭୟ ଗୁରୁତର ଆହତ ହୋଇଥିଲା ବେଳେ ଗର୍ଭବତୀ ମହିଳାଙ୍କ ହାତ ଭାଙ୍ଗି ଯାଇଥିଲା।

ଏହାର ପ୍ରତିବାଦରେ କିଛି ସମୟ ପାଇଁ ରାସ୍ତା ରୋକ କରିଥିଲେ ସ୍ଥାନୀୟ ଲୋକେ। ପରେ ସମ୍ପୃକ୍ତ ବନକର୍ମଚାରୀଙ୍କ ନାଁରେ କରଞ୍ଜିଆ ଥାନାରେ ମାମଲା ରୁଜୁ ହୋଇଥିଲା। ଏହାସହ ପୀଡ଼ିତାଙ୍କୁ କ୍ଷତିପୂରଣ ଦାବିରେ ଗ୍ରାମବାସୀ ଓ ପରିବାର ଲୋକେ ତାଟୋ ଫୋରେଷ୍ଟ ଗେଟ ନିକଟରେ ୨୨୦ ନମ୍ବର ରାଜପଥକୁ କିଛି ସମୟ ପାଇଁ  ଅବରୋଧ କରିଥିଲେ। ଯାହାଫଳରେ କରଞ୍ଜିଆ ଓ ଯଶୀପୁରକୁ ଯାତାୟତ ଠପ ହୋଇଯାଇଥିଲା।

Comment