ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବପୀଠ। ସେହିପରି କଟକ ଧବଳେଶ୍ଵର ପୀଠରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଲାଗିରହିଛି। ଏହାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ପୋଲିସ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଝୁଲା ପୋଲ ଓ ମନ୍ଦିର ପରିସରରେ ପୋଲିସ ମୁତୟନ କରାଯାଇଛି।

ଭୋର ୪ଟାରୁ ଦ୍ଵାର ଫିଟାଯାଇ ଧବଳେଶ୍ଵରଙ୍କ ନୀତିକାନ୍ତି ଆରମ୍ଭ କରାଯାଇଛି। ସନ୍ଧ୍ୟା ପରେ ଚତୁର୍ଥ ପ୍ରହର ପୂଜା କରାଯିବ। ପ୍ରଥମ ଓ ଦ୍ଵିତୀୟ ପ୍ରହର ପରେ ତୃତୀୟ ପ୍ରହରରେ ମହାଦେବଙ୍କ ମାଣ୍ଡୁଅ ଭୋଗ ଲାଗି ହେବ। ପରେ ଚତୁର୍ଥ ପ୍ରହର ପୂଜା ପରେ ରାତି ୧ଟାରେ ମହାଦୀପ ଉଠିବ।

ଧବଳେଶ୍ଵରରେ ମହାଦୀପ ଦେଖିବା ପାଇଁ ବର୍ତ୍ତମାନଠାରୁ ଭିଡ଼ ଦେଖିବାକୁ ମିଳିଲାଣି। ଭଜନ କୀର୍ତ୍ତନରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର। ସେହିପରି ଭକ୍ତମାନେ ଧାଡ଼ିରେ ଶୃଙ୍ଖଳିତ ଭାବେ ପ୍ରଭୁ ଧବଳେଶ୍ଵରଙ୍କୁ ଦର୍ଶନ କରୁଛନ୍ତି।

Comment