ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ରଣଶଙ୍ଖଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ଦୁଇ ଜଣଙ୍କ ଘର ହରିରାଜପୁର ଗାଁରେ ହୋଇଥିବାବେଳେ ଜଣେ ସୁଖୁଆଖଳା ଗାଁର।

ଶୋହନ, ଗୁଡ଼ୁ ଓ ଅବିନାଶ ସବୁଦିନ ପରି ଚକୁଳେଶ୍ଵରଠାରେ ଥିବା ଏକ କୋଚିଂ ସେଣ୍ଟରକୁ ଆସିଏକ ବାଇକ୍ ଯୋଗେ ଫେରୁଥିଲେ। ରଣଶଙ୍ଖଠାରେ ବାଙ୍କୀ ପଟୁ ଦ୍ରୁତଗତିରେ ଆସୁଥିବା ଏକ ପିକଅପ୍ ଭ୍ୟାନ ସହ ଛାତ୍ରମାନଙ୍କ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ୩ ଜଣ ଛାତ୍ର ଦୁର୍ଘଟଣାସ୍ଥଳରୁ କିଛି ବାଟ ଛିଟିକି ପଡ଼ିଥିଲେ। ସେମାନଙ୍କ ବାଇକଟି ଖଣ୍ଡଖଣ୍ଡ ହୋଇ ରାସ୍ତା କଡ଼ରେ ପଡ଼ି ରହିଛି।

ସ୍ଥାନୀୟ ଲୋକେ ଗୁରୁତର ଭାବେ ଆହତ ହୋଇଥିବା ୩ ଛାତ୍ରଙ୍କୁ ଉଦ୍ଧାର କରି ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ଜଣଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମଧ୍ୟ ମୃତ ଘୋଷଣା କରିଥିଲେ।

Tags: #Banki #cuttack #accident #death #odisha #students #roadaccident

Comment