ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ୨୩ ତାରିଖରୁ ରାଜ୍ୟରେ ବର୍ଷା ହେବା ନେଇ ଆଶଙ୍କା କରାଯାଉଛି। ୨୩ ତାରଖରୁ ୨୬ ତାରିଖ ଯାଏଁ ବର୍ଷା ହେବ ବେଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

୨୩ ତାରଖରୁ ଝାରସୁଗୁଡ଼ା, ସମ୍ଵଲପୁର, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨୪ରୁ ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ୨୫, ୨୬ ତାରିଖରେ ଉପକୂଳ ଓ ଉତ୍ତରାଞ୍ଚଳ ଜିଲ୍ଲାମାନଙ୍କରେ ବର୍ଷା ସମ୍ଭାବନା ରହିଛି।

କିଛି ସ୍ଥାନରେ ବର୍ଷା ସହ ଝଡ଼ ତୋଫାନର ମଧ୍ୟ ସମ୍ଭାବନା ରହିଛି। ୨୭ ତାରିଖରୁ ପାଗରେ ପରିବର୍ତ୍ତନ ହୋଇ ତାପମାତ୍ରା ବଢ଼ିବାର ଆକଳନ କରାଯାଇଛି।

Comment