ଓଡ଼ିଶାଲାଇଭ୍ ବ୍ୟୁରୋ

ମାଟ୍ରିକ ପରୀକ୍ଷା ପୂର୍ବରୁ ପାଣିରେ ବୁଡ଼ି ଜୀବନ ହରାଇଲେ ଦଶମ ଶ୍ରେଣୀ ଛାତ୍ର। ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଘଟିଛି ଏଭଳି ଦୁଃଖଦ ଘଟଣା।

ଗୋବିନ୍ଦପୁର ଗାଁ’ର ନାରାୟଣ ମଲ୍ଲିକ ନାମକ ଦଶମ ଶ୍ରେଣୀ ଛାତ୍ର ଶନିବାର ମାଟ୍ରିକ ପରୀକ୍ଷା ଦେବାକୁ ପୂର୍ବରୁ ଗାଁ’ର ବନ୍ଧକୁ ଗୋଧୋଇବାକୁ ଯାଇଥିଲେ। ହେଲେ ସେଠାରେ ସେ ହଠାତ୍ ପାଣିରେ ବୁଡ଼ି ଯାଇଥିଲେ।

ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଖବର ତାଙ୍କର ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଦୁଃଖର ବାତାବରଣ ଖେଳାଇଦେଇଛି।

Comment