ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରାୟ ୨୨ ଘଣ୍ଟା ପରେ ଧାରଣାରୁ ଉଠିଲେ ଅନୁପ ସାଏଙ୍କ ପରିବାର। ଜିଲ୍ଲାପାଳଙ୍କ ବୁଝାସୁଝା ପରେ ଧାରଣାରୁ ହଟିଲେ ଅନୁପଙ୍କ ପରିବାର। ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି ନେଇ ଗୃହ ବିଭାଗକୁ ଅବଗତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ।

ସୁରକ୍ଷା ଦାବିରେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଶନିବାରଠୁ ଧାରଣା ଦେଇଥିଲେ। ଛତିଶଗଡ଼ ପୋଲିସ ତାଙ୍କ ପରିବାରକୁ ଧମକ ଦେଉଥିବା ସେମାନେ ଅଭିଯୋଗ କରିଥିଲେ। ଏହାସହ ଏହି ହତ୍ୟାକାଣ୍ଡରେ ଅନୁପ ସାମିଲ ନଥିବା ମଧ୍ୟ ସେମାନେ କହିଥିଲେ। ତେଣୁ ଏହି ଘଟଣାର ସିବିଆଇ ତଦନ୍ତ ମଧ୍ୟ ଦାବି କରିଥିଲେ।

୨୦୧୬ ମସିହାର କଳ୍ପନା ଦାସ ଏବଂ ତାଙ୍କ ଝିଅ ହତ୍ୟା ମାମଲାରେ ଛତିଶଗଡ଼ ପୋଲିସ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଗିରଫ କରିଥିଲା। ମୃତ କଳ୍ପନାଙ୍କ କଲ୍‌ ରେକର୍ଡ ଯାଞ୍ଚରୁ ଯାହା ପ୍ରମାଣ ମିଳିଛି ତାକୁ ଆଧାର କରି ପୋଲିସ ଅନୁପଙ୍କୁ ଗିରଫ କରିଥିଲା। ହେଲେ କୋର୍ଟରେ ଏହି ପ୍ରମାଣ ଅନୁପଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ସହାୟକ ହେବ ନାହିଁ ବୋଲି ଆଇନଜୀବୀମାନେ ମତ ଦେଉଛନ୍ତି। ଏଣୁ ଅନୁପଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବା ଲାଗି ଛତିଶଗଡ଼ ପୋଲିସ ଉଦ୍ୟମ ଚଳାଇଛି।

କିଛି ଦିନ ତଳେ ଅନୁପଙ୍କୁ ୩ ଦିନିଆ ରିମାଣ୍ଡରେ ମଧ୍ୟ ଆଣିଥିଲା ପୋଲିସ। ହେଲେ ବିଶେଷ କିଛି ତ୍ୟ ହାତରେ ଲାଗିନଥିବା ପୋଲିସ ସୂଚନା ଦେଇଥିଲା। ଏହି ହତ୍ୟାକାଣ୍ଡରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି।

Comment