ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେଡି ସଭାପତି ପଦ ପାଇଁ ପ୍ରାର୍ଥିପତ୍ର ଭରିଲେ ନବୀନ ପଟ୍ଟନାୟକ। ସେ ବିଜେଡି କାର୍ଯ୍ୟାଳୟକୁ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହାସହ କାର୍ଯ୍ୟକାରିଣୀ ସଭାପତି ପଦ ପାଇଁ ମଧ୍ୟ ନାମାଙ୍କନ ଦାଖଲ ପ୍ରକ୍ରିୟା ମଧ୍ୟ ଜାରି ରହିଛି।

ଶୁକ୍ରବାର ଦିନ ଦଳ ତରଫରୁ ବିଭିନ୍ନ ଜିଲ୍ଲାର ସଭାପତିମାନଙ୍କ ନାମ ତାଲିକା ପ୍ରକାଶ କରାଯାଇଛି। ପୂର୍ବରୁ ଜିଲ୍ଲାର ବିଭିନ୍ନ କର୍ମକର୍ତ୍ତା ମଧ୍ୟ ନିର୍ବାଚିତ ହୋଇଯାଇଛନ୍ତି। ଶେଷରେ ଆଜି ଦଳର ସଭାପତି ପଦ ପାଇଁ ନିର୍ବାଚନ ହେବ।

ପୂର୍ବରୁ ସଭାପତି ପଦ ପାଇଁ ନବୀନ ପଟ୍ଟନାୟକ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି। ଲଗାତାର ଅଷ୍ଟମ ଥର ପାଇଁ ସେ ଦଳର ସଭାପତି ହେବେ। ଏନେଇ ଫେବ୍ରୁଆରି ୨୬ ତାରିଖରେ ବିଦ୍ଧବଦ୍ଧ ଭାବେ ଘୋଷଣା କରାଯିବ।

Comment