ଓଡ଼ିଶାଲାଇଭ୍ ବ୍ୟୁରୋ

ଟିମ୍ ଇଣ୍ଡିଆ ପାଇଁ ଏବେ ମୁଣ୍ଡବିଧାର କାରଣ ପାଲଟିଛନ୍ତି ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ। ଲଗାତାର ଭାବେ ଅନ୍ତର୍ଜାତୀୟ ମ୍ୟାଚରେ ବିଫଳ ହୋଇଚାଲିଥିବା ପନ୍ତ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ମଧ୍ୟ ନିଜ ବିଫଳତା ଜାରି ରଖିଛନ୍ତି।

ଅଭ୍ୟାସ ମ୍ୟାଚରେ ଚତ୍ମକାର ପ୍ରଦର୍ଶନ କରିବା ପରେ ଅଧିନାୟକ କୋହଲି ତାଙ୍କ ଉପରେ ପୁଣିଥରେ ଭରସା କରିଥିଲେ। ଫଳରେ ରିଦ୍ଧିମାନ ଶାହଙ୍କୁ ବାଦ୍ ଦେଇ କୋହଲି ପ୍ରଥମ ଟେଷ୍ଟର ଚୂଡାନ୍ତ ଏକାଦଶରେ ପନ୍ତଙ୍କୁ ସ୍ଥାନ ଦେଇଥିଲେ। ହେଲେ ସେ ପୁଣିଥରେ ପିଚ୍ ଉପରେ ବିଫଳ ହୋଇଛନ୍ତି।

ଅନ୍ୟପଟେ ଟେଷ୍ଟ ଟିମର ନିୟମିତ ୱିକେଟ୍ କିପର ରିଦ୍ଧିମାନ ଶାହଙ୍କୁ ଦଳରୁ ବାଦ୍ ଦେବାକୁ ବରିଷ୍ଠ କ୍ରିକେଟରମାନେ ନାପସନ୍ଦ କରିଛନ୍ତି। ଦଳ କାହିଁକି ରିଷଭ ପନ୍ତଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କଲା ତାକୁ ନେଇ ଅନେକ ପ୍ରଶ୍ନ ଉଙ୍କିମାରିଛି।

ପ୍ରଥମ ଟେଷ୍ଟର ପ୍ରଥମ ଇଂନିସରେ ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନମାନେ କିୱି ବୋଲରଙ୍କ ଆଗରେ ଫେଲ୍ ମାରିଛନ୍ତି। ପନ୍ତ ମଧ୍ୟ ମାତ୍ର ୧୯ ରନ୍ କରି ନିଜ ୱିକେଟ୍ ଫିଙ୍ଗିଥିଲେ। ତେଣୁ ଏହାକୁ ନେଇ ଏବେ ଟିମ୍ ଇଣ୍ଡିଆର ଚିନ୍ତା ବଢ଼ିଛି।

Comment