ଓଡ଼ିଶାଲାଇଭ୍‌ ବ୍ୟୁରୋ

ୟୁନିୟନ ପବ୍ଲିକ୍‌ ସର୍ଭିସ କମିସନ (ୟୁପିଏସ୍‌ସି) ପକ୍ଷରୁ ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ୍‌ ପରୀକ୍ଷା- ୨୦୨୦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ଆସନ୍ତା ମାର୍ଚ୍ଚ ୩ ତାରିଖ।

ବୟସ

ପ୍ରାର୍ଥୀଙ୍କ ବୟସ ୨୧ ବର୍ଷରୁ ୩୨ ବର୍ଷ ହୋଇଥିବା ଆବଶ୍ୟକ। ଏସ୍‌ସି/ଏସ୍‌ଟି ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ ଏବଂ ଓବିସି ପ୍ରାର୍ଥୀଙ୍କ ବୟସସୀମାରେ ୩ବର୍ଷ କୋହଳ ବ୍ୟବସ୍ଥା ରହିଛି।

ଆବେଦନ ଫି’

ସାଧାରଣ ବର୍ଗଙ୍କ ପାଇଁ ୧୦୦ ଟଙ୍କା ଆବେଦନ ଫି’। ଉଭୟ ଅଫ୍‌ଲାଇନ୍‌ ଏବଂ ଅନ୍‌ଲାଇନ୍‌ ଜରିଆରେ ଏହି ଫି’ ଦାଖଲ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା

ବ୍ୟାଚଲର ଡିଗ୍ରୀରେ ନିମ୍ନଲିଖିତ ମଧ୍ୟରୁ କୌଣସି ବିଷୟ ରଖି ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀ ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ ପରୀକ୍ଷା ପାଇଁ ଆବେଦନ କରିପାରିବେ। ବିଷୟ – ଆନିମଲ ହଜ୍‌ବ୍ୟାଣ୍ଡ୍‌ରୀ ଆଣ୍ଡ୍‌ ଭେଟେରୀନାରୀ ସାଇନ୍‌ସ, ବଟ୍‌ନୀ, କେମିଷ୍ଟ୍ରୀ, ଜିଓଲୋଜି, ମ୍ୟାଥ୍‌ମେଟିକ୍ସ, ଫିଜିକ୍ସ, ଷ୍ଟାଟିଷ୍ଟିକ୍ସ, ଜୁଲୋଜି।

ଏହା ବ୍ୟତୀତ ଆଗ୍ରିକଲ୍‌ଚର, ଫରେଷ୍ଟ୍ରୀ କିମ୍ବା ଇଞ୍ଜିନିୟରିଂରେ ବ୍ୟାଚ୍‌ଲର ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀ ଏଥିରେ ଆବେଦନ କରିପାରିବେ।

କେମିତି କରିବେ ଆବେଦନ?

ଇଚ୍ଛୁକ ପ୍ରାର୍ଥୀ ୟୁପିଏସ୍‌ସିର ଅଫିସିଆଲ ୱେବ୍‌ସାଇଟ୍ www.upsconline.nic.inକୁ ଯାଇ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ମାର୍ଚ୍ଚ ୧ ସନ୍ଧ୍ୟା ୬ଟା। ଏନେଇ ସବିଶେଷ ସୂଚନା www.upsc.gov.in ୱେବ୍‌ସାଇଟ୍‌ରୁ ପାଇପାରିବେ। ଆସନ୍ତା ମେ’ ୩୧ ତାରିଖରେ ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ ପାରୀକ୍ଷା ଆୟୋଜିତ ହେବ।

Comment