ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିତା ରବିବାରଠୁ ଆରମ୍ଭ ହୋଇଛି। ସ୍ଥାନୀୟ ଜବାହାରଲାଲ୍ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ଠାରେ ଆୟୋଜିତ ପ୍ରଥମ ରାଉଣ୍ଡରେ ଓଡ଼ିଆ ଖେଳାଳି ବିଶେଷ ଚମତ୍କାର କରିପାରିନାହାନ୍ତି।

କିଟ୍ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଆ ସଟଲର୍ ଋତୁପର୍ଣ୍ଣା ପଣ୍ଡା ଓ କୀର୍ତ୍ତିକା ଭଟାଚାର୍ଯ୍ୟଙ୍କ ଯୋଡ଼ି ପରାସ୍ତ ହୋଇଛନ୍ତି। ପଞ୍ଜାବ ବିଶ୍ୱବିଦ୍ୟାଳୟ ଖେଳାଳି ଅଧିକାଂଶି ବଲିୟାନ୍ ଓ ଡମନ ରାଜ କୁମାର ୨-୦ ସେଟ୍‌ରେ କିଟ୍ ଟିମ୍‌କୁ ହରାଇଛନ୍ତି। ୧୨-୨୧, ୧୫-୨୧ରେ ମାତ୍ ଦେଇ ପରବର୍ତ୍ତୀ ରାଉଣ୍ଡକୁ ଉର୍ତ୍ତୀନ୍ନ ହୋଇଛି ପଞ୍ଜାବ ବିଶ୍ୱବିଦ୍ୟାଳୟ। ସେହିପରି ଏସ୍‌ଆର୍‌ଏମ୍ ବିଶ୍ୱବିଦ୍ୟାଳୟ ୨-୦ ସେଟ୍‌ରେ ମୁମ୍ବାଇ ବିଶ୍ୱବିଦ୍ୟାଳୟକୁ ହରାଇଛି।

ଏସ୍‌ଆର୍‌ଏମ୍ ପକ୍ଷରୁ ବଲୁପୁଡ଼ି ଭେଙ୍କଟ ରମାୟା, ନିଲା ଭିଙ୍କ ଯୋଡ଼ି ମୁମ୍ବାଇ ଦଳକୁ ୨୧-୧୭, ୨୧-୧୭ ସ୍କୋର୍‌ରେ ମାତ୍ ଦେଇ ଆଗକୁ ବଢ଼ିଛନ୍ତି। ଅନ୍ୟ ଏକ ମ୍ୟାଚରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ମହାରାଷ୍ଟ୍ର ୟୁନିଭରସଟି ଅଫ୍ ହେଲ୍‌ଥକୁ ୨-୦ ସେଟ୍‌ରେ ଏକତରଫା ଭାବେ ମାତ୍ ଦେଇଛି। ଦିଲ୍ଲୀ ଦଳର ଖେଳାଳି ନମିତା ପଠାନିଆ, ଭବ୍ୟା ରିଶିଙ୍କ ଯୋଡ଼ି ୨୧-୪, ୨୧-୬ରେ ମ୍ୟାଚ ଜିତିଛନ୍ତି। କଲିକତାର କାଲିକଟ୍ ବିଶ୍ୱବିଦ୍ୟାଳୟ ୨-୦ ସେଟ୍‌ରେ ଯାଦବପୁର ବିଶ୍ୱବିଦ୍ୟାଳୟକୁ ହରାଇଛି।

ସେହିପରି ପୁରୁଷ ଟିମ୍ ଇଭେଣ୍ଟରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ କଲିକତା ବିଶ୍ୱବ୍ୟାଳୟକୁ ମାତ୍ ଦେଇଛି। ନିଖିଳ ମେହଲୱଟ୍ ଓ ଧ୍ରୁବ ରାୱତ ପ୍ରତିପକ୍ଷ ଟିମ୍‌କୁ ୩-୦ ସେଟ୍‌ରେ ମାତ୍ ଦେଇ ଆଗକୁ ବଢ଼ିବାରେ ସଫଳ ହୋଇଛନ୍ତି। ବ୍ୟକ୍ତିଗତ ଇଭେଣ୍ଟରେ କିଟ୍ ପକ୍ଷରୁ ପ୍ରତିନିଧିôତ୍ୱ କରୁଥିବା ଇଶିକା ପାଠକ ପରାସ୍ତ ହୋଇଛନ୍ତି। ପ୍ରତିପକ୍ଷ ପଞ୍ଜାବ ଦଳର ନିକିତାଙ୍କ ଠାରୁ ୨୧-୬, ୨୧-୬ ସେଟ୍‌ରେ ହାରି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି।

Comment