ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାର ଦୁଇ ହଜାର ଟଙ୍କିଆ ନୋଟ୍ ବନ୍ଦ କରିଦେବେ କି? ନା ପୂର୍ବଭଳି ଏହି ନୋଟ୍ ଭାରତରେ ଚାଲୁ ରହିବ। ଏବେ ଏହାକୁ ନେଇ ଏକ ବଡ଼ ପ୍ରଶ୍ନ ଦେଖାଦେଇଛି। ଦେଶର ଅଧିକାଂଶ ବ୍ୟାଙ୍କ ସେମାନଙ୍କର ଏଟିଏମ୍ ମେସିନରୁ ଦୁଇ ହଜାର ଟଙ୍କିଆ ନୋଟକୁ ବାଦ୍ ଦେବା ପରେ ଏହିକଥା ଏବେ ପୁଣିଥରେ ଚର୍ଚ୍ଚାକୁ ଫେରିଛି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ବର୍ତ୍ତମାନ ଦେଶର ଅଧିକାଂଶ ବ୍ୟାଙ୍କ ସେମାନଙ୍କର ଏଟିଏମ୍ ମେସିନରୁ ଦୁଇ ହଜାର ଟଙ୍କିଆ ନୋଟକୁ ବାଦ୍ ଦେଉଛନ୍ତି। ଫଳରେ ପୂର୍ବଭଳି ଆଉ ଅଧିକାଂଶ ଏଟିଏମରେ ଦୁଇ ହଜାର ଟଙ୍କିଆ ନୋଟ୍ ଦେଖିବାକୁ ମିଳୁନାହିଁ।ଦୁଇ ହଜାର ଟଙ୍କିଆ ନୋଟ୍ ରଖିବା ପାଇଁ ଏଟିଏମରେ ଥିବା ସ୍ଥାନରେ ଏବେ ବ୍ୟାଙ୍କଗୁଡ଼ିକ ୫ଶହ ଟଙ୍କିଆ ନୋଟ୍ ରଖୁଛନ୍ତି। ଫଳରେ ଏଟିଏମରେ ଆଉ ଦୁଇ ହଜାର ଟଙ୍କିଆ ନୋଟ୍ ଦେଖିବାକୁ ମିଳୁନାହିଁ। ଧିରେ ଧିରେ ବଜାରରୁ ଏହି ଦୁଇ ହଜାର ଟଙ୍କିଆ ନୋଟକୁ ହଟାଯାଉଥିବା ଦେଖିବାକୁ ମିଳିଛି।

ଅନ୍ୟପଟେ ଏଥିରେ ଲୋକମାନେ ଆତଙ୍କିତ ନହେବାକୁ ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି। ଏହି ନୋଟ୍ ଆଇନ୍ ଅନୁସାରେ ଏବେ ବନ୍ଦ ହୋଇନାହିଁ। ଧିରେ ଧିରେ ଏହା ବଜାରରେ ନମିଳିବା ଫଳରେ ଏହା ଆପେ ଆପେ ଲୋପ ପାଇଯିବ ବୋଲି କୁହାଯାଇଛି। ଏହାପୂର୍ବରୁ ଇଣ୍ଡିଆନ୍ ବ୍ୟାଙ୍କ ତା’ର ଗ୍ରାହକଙ୍କୁ ଦୁଇ ହଜାର ଟଙ୍କିଆ ଏଟିଏମରେ ମିଳିବନି ବୋଲି ସୂଚନା ଦେଇସାରିଛି।

Comment