ଓଡ଼ିଶାଲାଇଭ୍ ବ୍ୟୁରୋ

ଯାଜପୁର ବ୍ୟାସନଗର କେନ୍ଦ୍ରୀୟ ବିଦ୍ୟାଳୟରେ ଟିଜିଟି, ପିଆର୍‌ଟି ଏବଂ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ମାର୍ଚ୍ଚ ୧୨ ଏବଂ ୧୩ ତାରିଖରେ ଓ୍ଵାକ୍‌ ଇନ୍ ଇଣ୍ଟରଭ୍ୟୁ ଅନୁଷ୍ଠିତ ହେବ।

ଶିକ୍ଷାଗତ ଯୋଗ୍ୟତା:

ଟିଜିଟି (ଗଣିତ, ଇଂରାଜୀ, ସଂସ୍କୃତ, ହିନ୍ଦୀ) – ନିଜ ବିଷୟରେ ୫୦% ସହ ସ୍ନାତକ ଡିଗ୍ରୀ ହାସଲ କରିବା ସହ ବି.ଏଡ୍‌ (୫୦%) କରିଥିବେ କିମ୍ବା ୫୦% ସହ ବିଏଡ୍‌ ଡିଗ୍ରୀ ହାସଲ କରିଥିବେ।

ଟିଜିଟି (ସୋସିଆଲ୍‌ ସାଇନ୍ସ) – ହିଷ୍ଟ୍ରୀ, ଜୋଗ୍ରାଫି, ଇକୋନୋମିକ୍ସ ଆଦି ବିଷୟ ସ୍ନାତକରେ ପଢ଼ିଥିବେ ଏବଂ ୫୦% ସହ ଡିଗ୍ରୀ ହାସଲ କରିଥିବେ କିମ୍ବା ୫୦% ସହ ବିଏଡ୍‌ ଡିଗ୍ରୀ ହାସଲ କରିଥିବେ।

ଟିଜିଟି (ସାଇନ୍ସ) – ସ୍ନାତକରେ ବଟାନୀ, ଜୁଲୋଜୀ, କେମେଷ୍ଟ୍ରୀରେ ୫୦% ଅଙ୍କ ବାସଲ କରିଥିବେ କିମ୍ବା ୫୦% ସହ ବିଏଡ୍‌ ଡିଗ୍ରୀ ହାସଲ କରିଥିବେ।

ପ୍ରାଇମେରୀ ଶିକ୍ଷକ– ୫୦% ସହ ଦଶମ+ ଦ୍ଵାଦଶ ପାସ୍‌ କରିବା ସହ ବି.ଏଡ୍‌ କରିଥିବେ।

ଭୋକେସ୍‌ନାଲ ଇନ୍‌ଷ୍ଟ୍ରକ୍ଟର (କମ୍ପ୍ୟୁଟର ଇନ୍‌ଷ୍ଟ୍ରକ୍ଟର୍‌) – ବି.ଇ/ବି.ଟେକ୍ (କମ୍ପ୍ୟୁଟର ସାଇନ୍ସ)/ବିସିଏ/ କମ୍ପ୍ୟୁଟର ସାଇନ୍ସରେ ବି.ଏସ୍‌ସି କିମ୍ବା ଏମ୍‌ଏସି କରିଥିବେ।

ରିଜିଓନାଲ୍‌ ଲାଙ୍ଗୁଏଜ୍‌– ଓଡ଼ିଆରେ ଏମ୍ଏ କିମ୍ବା ବି.ଏ ସହ ବି.ଏଡ୍‌ ଡିଗ୍ରୀ ହାସଲ କରିଥିବେ।

ଷ୍ଟାଫ୍‌ ନର୍ସ- କମର୍ସ/ସାଇନ୍ସ/ଆର୍ଟସରେ ଦ୍ଵାଦଶ ପାସ୍‌ କରିବା ସହ ନର୍ସିଂରେ ଡିପ୍ଲୋମା କରିଥିବେ।

ଇଣ୍ଟରଭ୍ୟୁ ସମୟ– ୨୦୨୦ ମାର୍ଚ୍ଚ ୧୨ ଏବଂ ୧୩ ସକାଳ ୧୦.୩୦ (ସକାଳ ୮.୩୦ରୁ ୯.୩୦ ମଧ୍ୟରେ ରେଜିଷ୍ଟ୍ରେସନ୍‌ କରିପାରିବେ)

ଇଣ୍ଟରଭ୍ୟୁ ପାଇଁ କେଉଁଠାକୁ ଯିବେ-

କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ବ୍ୟାସନଗର, ଏନ୍‌ସି ହାଇ ସ୍କୁଲ୍‌ କ୍ୟାମ୍ପସ୍‌, ଯାଜପୁର ରୋଡ୍‌, ଯାଜପୁର-୭୫୫୦୧୯

ସବିଶେଷ ତଥ୍ୟ ପାଇଁ vyasnagar.kvs.ac.in ରେ ଲଗ୍‌ ଇନ୍‌ କରନ୍ତୁ।

Comment