ଓଡ଼ିଶାଲାଇଭ୍ ବ୍ୟୁରୋ

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ପରାଜୟ ପରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲିଙ୍କୁ ବଡ଼ ଝଟକା ଲାଗିଛି। ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ୍ ରାଙ୍କିଙ୍ଗରେ ବିରାଟ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି।

ଅଷ୍ଟ୍ରେଲିଆ ଦଳର ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥ୍ କୋହଲିଙ୍କୁ ପଛରେ ପକାଇ ନମ୍ବର ୱାନ୍ ସ୍ଥାନ ହାତେଇଛନ୍ତି। ଲଗାତାର ଭାବରେ ଟେଷ୍ଟରେ ବିଫଳ ହେବା ଫଳରେ କୋହିଲଙ୍କ ରାଙ୍କିଙ୍ଗରେ ଏହି ପ୍ରଭାବ ପଡ଼ିଛି।ଆଇସିସି ରାଙ୍କିଙ୍ଗରେ ଏବେ କୋହଲି ୯୦୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତାଙ୍କ ଉପରକୁ ଷ୍ଟିଭ୍ ସ୍ମିଥ୍ ୯୧୧ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଅଛନ୍ତି। କୋହଲିଙ୍କ ସହିତ ଆଜିଙ୍କ୍ୟ ରାହାଣେ, ଚିତେଶ୍ୱର ପୁଜାର ଓ ମୟଙ୍କ ଅଗ୍ରୱାଲ ମଧ୍ୟ ଟପ୍ ଟେନ୍ ବ୍ୟାଟ୍ସମ୍ୟାନ ତାଲିକାରେ ଅଛନ୍ତି।

କୋହଲି ଗତ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ବିଫଳ ହୋଇଥିଲେ। ପ୍ରଥମ ଇଂନିସରେ ସେ ମାତ୍ର ୯ ରନ୍ ଓ ଦ୍ୱିତୀୟ ଇଂନିସରେ ମାତ୍ର ୧୯ ରନ୍ କରି ବିଦାୟ ନେଇଥିଲେ। ଏହାର ପ୍ରଭାବ ଏବେ ତାଙ୍କର ରାଙ୍କିଙ୍ଗ୍ ଉପରେ ପଡ଼ିଛି।

Comment