ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ବାଇକ୍‌ ସହ ଧକ୍କା ହେଲା ଟ୍ରକ୍‌। ଘଟଣାସ୍ଥଳରେ ସ୍ୱାମୀ ଓ ସ୍ତ୍ରୀ ମୃତ୍ୟୁ। ମୃତକଙ୍କ ନାଁ ହେଲା ପାତ୍ରପୁର ବ୍ଲକ ଗୁଣ୍ଡା ଗ୍ରାମର ଭଗବାନ ଚଇନି ଓ ତାଙ୍କ ସ୍ତ୍ରୀ ଭାରତୀ ଚଇନି।

ଭଗବାନ ଚଇନି ଓ ତାଙ୍କ ସ୍ତ୍ରୀ ଭାରତୀ ଚଇନି ଗୁରୁବାର ଜଣେ ସମ୍ପର୍କୀୟଙ୍କ ବ୍ରତ ଭୋଜିରେ ଯୋଗ ଦେବାକୁ ଲୁନା ଯୋଗେ ଯାଉଥିଲେ। କୁଲାମ ଓ ଭେସି ନିକଟ ଜାତୀୟ ରାଜପଥରେ ଲୁନା ଏକ ଟ୍ରକ ସହ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଛି।

Comment