ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫେବ୍ରୁଆରି ୨୮ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କେନ୍ଦ୍ର ଗୃହମନ୍ତ୍ରୀ ହେବା ପରେ ଏହା ହେଉଛି ଶାହଙ୍କର ପ୍ରଥମ ଓଡ଼ିଶା ଗସ୍ତ। ଶୁକ୍ରବାର ସକାଳ ୧୦ଟା ୧୦ରେ ସେ ଭୁବନେଶ୍ୱରରେ ପହଞ୍ଚିବେ।

ଏହାପରେ ୧୦ଟା ୪୦ରୁ ୨ଟା ପର୍ଯ୍ୟନ୍ତ ଲୋକସେବା ଭବନରେ ପୂର୍ବାଞ୍ଚଳ ଜୋନାଲ ବୈଠକରେ ଯୋଗ ଦେବେ ଶାହ। ୨ଟା ୩୦ରୁ ୪ଟା ପର୍ଯ୍ୟନ୍ତ ଜନତା ମଇଦାନରେ ସିଏଏ ସପକ୍ଷ ସଭାରେ ଶାହ ଉଦବୋଧନ ଦେବେ।

ସନ୍ଧ୍ୟା ୬ଟାରୁ ୭ଟା ୩୦ ପର୍ଯ୍ୟନ୍ତ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ବୈଠକ କରିବେ। ସାଙ୍ଗଠନିକ ସ୍ଥିତି  ଓ ଭବିଷ୍ୟତର ରଣନୀତି ଉପରେ ଶାହ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ। ସେହିପରି ୨୯ ତାରିଖ ଦିନ ଶ୍ରୀଜଗନ୍ନାଥ ଓ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ଦିଲ୍ଲୀ ଫେରିଯିବେ ଶାହ।

ସିଏଏକୁ ବିରୋଧ କରି ସାରା ଦେଶରେ ନିଆଁ ଜଳୁଥିଲା ବେଳେ ଶାହଙ୍କ ସିଏଏ ସମର୍ଥନ ଉଦବୋଧନ ଓଡ଼ିଶାବସୀଙ୍କୁ ପ୍ରଭାବିତ କରିବ ବୋଲି ଅନୁମାନ କରାଯାଉଛି।

Comment