ଓଡ଼ିଶାଲାଇଭ୍ ବ୍ୟୁରୋ

ତୃତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇ ସେମିଫାଇନାଲରେ ସ୍ଥାନ ପକ୍କା କଲା ଟିମ୍ ଇଣ୍ଡିଆ।

ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ ସ୍ଥାନ ପକ୍କା କଲା ଟିମ୍ ଇଣ୍ଡିଆ। ଗୁରୁବାର ନ୍ୟୁଜିଲାଣ୍ଡକୁ ୪ ରନରେ ହରାଇବା ସହିତ ଦଳ ସେମିଫାଇନାଲରେ ପ୍ରବେଶ କରିଛି।

ଗୁରୁବାର ଭାରତୀୟ ମହିଳା ଦଳ ନିଜର ତୃତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳକୁ ଭେଟିଥିଲା। ନ୍ୟୁଜିଲାଣ୍ଡ ପ୍ରଥମେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଏହାପରେ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନମାନେ ୨୦ ଓଭରରେ କେବଳ ୧୩୩ ରନ୍ କରିପାରିଥିଲେ।

ନ୍ୟୁଜିଲାଣ୍ଡ ଦଳକୁ ଜିତିବାକୁ ହେଲେ ୧୩୪ରନ୍ ଆବଶ୍ୟକ ହେଉଥିଲା। ତେବେ ଟିମ୍ ଇଣ୍ଡିଆର ବୋଲରମାନେ ନ୍ୟୁଜିଲାଣ୍ଡକୁ ୧୨୯ ରନରେ ରଖିବାକୁ ସକ୍ଷମ ହୋଇଥିଲେ। ଫଳରେ ଟିମ୍ ଇଣ୍ଡିଆ ୪ ରନରେ ନିଜର ତୃତୀୟ ବିଜୟ ହାସଲ କରିଥିଲା। ଏଥିସହିତ ଦଳ ପଏଣ୍ଟ ଟେବୁଲର ପ୍ରଥମ ଦଳ ଭାବେ ସେମିଫାଇନାଲରେ ମଧ୍ୟ ପ୍ରବେଶ କରିଛି।

Comment