ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୋବାଇଲ ଓ କମ୍ପ୍ୟୁଟରର ଅତ୍ୟଧିକ ବ୍ୟବହାର କରିବା ଦ୍ୱାରା ଆଖି ଜନିତ ସମସ୍ୟା ଦେଖାଦେଇଥାଏ। ମୋବାଇଲ ଓ କମ୍ପ୍ୟୁଟରରୁ ବାହାରୁଥିବା ଆଲୋକ ଦୃଷ୍ଟି ଶକ୍ତିକୁ କମ୍‌ କରିଥାଏ। ହେଲେ କିଛି ଘରୋଇ ଉପଚାର ଦ୍ଵାରା ଆଖିର ଦୃଷ୍ଟିଶକ୍ତି ବଢ଼ିପାରିବ 

ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର ବିଷୟରେ

ସଜନା ଶାଗ

ବାଡ଼ି ବଗିଚାରେ ମିଳୁଥିବା ସଜନା ଶାଗ ଶରୀର ପାଇଁ ବେଶ୍‌ ଉପକାରୀ। ଆଖିର ଦୃଷ୍ଟିଶକ୍ତି ବଢ଼ାଇବା ପାଇଁ ବେଶ୍‌ ସହାୟକ ହୋଇଥାଏ ସଜନା ଶାଗ। ଶାଗରେ ପ୍ରଚୁର ପରିମାଣରେ ଆଇରନ ଥିବାରୁ ଆଖି ପାଇଁ ଏହା ଉପକାରୀ।

ଗାଜର

ଗାଜରରେ ଭିଟାମିନ-ଏ ଥାଏ। ଏଣୁ ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ବା ଜୁସ୍ ପିଇବା ଦ୍ୱାରା ଦୃଷ୍ଟିଶକ୍ତି ବଢ଼େ।

ଦେଶୀ ଘିଅ

ଆଖି ପାଇଁ ଦେଶୀ ଘିଅ ଖୁବ ଉପଯୋଗୀ। କାନ ପଟିରେ ଦେଶୀ ଘିଅ ହାଲକା ଭାବେ ହାତରେ ପ୍ରତିଦିନ ୫-୧୦ ମିନିଟ ମସାଜ କଲେ ଆଖିର ଦୃଷ୍ଟିଶକ୍ତି ବଢ଼ିଥାଏ।

ବାଦାମ 

ପ୍ରତିଦିନ ରାତିରେ ୬-୭ଟି ବାଦାମ ପାଣିରେ ଭିଜାଇ ରଖନ୍ତୁ। ଏହାକୁ ସକାଳେ ଚୋପା ଛଡ଼େଇ ଖାଇଲେ ଆଖି ପାଇଁ ଭଲ।

ଜିରା

ଜିରା ଓ ମିଶ୍ରୀକୁ ସମାନ ମାତ୍ରାରେ ଗୁଣ୍ଡ କରି ପ୍ରତିଦିନ ଏକ ଚାମଚ ଘିଅ ସହ ଖାଇଲେ ଆଖିର ଦୃଷ୍ଟିଶକ୍ତି ବଢ଼ଥାଏ

ସୋରିଷ ତେଲ

ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ତଳି ପାଦରେ ସୋରିଷ ତେଲ ମାଲିସ କଲେ ଭଲ। ଏହା ମଧ୍ୟ ଆଖିର ଦୃଷ୍ଟି ଶକ୍ତି ବଢ଼ାଇବାରେ ସାହାଯ୍ୟ କରିବ।

ଗ୍ରୀନ ଟି

ଦିନକୁ ୨ରୁ ୩ କପ ଗ୍ରୀନ ଟି ପିଅନ୍ତୁ, ଆଖିକୁ ସୁସ୍ଥ ରଖନ୍ତୁ।

Comment