ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗୃହମନ୍ତ୍ରୀ ହେବାପରେ ଏହା ଶାହଙ୍କ ପ୍ରଥମ ଓଡ଼ିଶା ଗସ୍ତ।

ଶାହ ଆଜି ସକାଳ ୧୦ଟା ୧୦ ମିନିଟ୍ ସମୟରେ ଭୁବନେଶ୍ୱରେ ପହଞ୍ଚିବେ। ଏହାପରେ ସେ ୧୦ଟା ୪୦ ମିନିଟରେ ଲୋକସେବା ଭବନରେ ଆୟୋଜିତ ପୂର୍ବାଞ୍ଚଳ ଜୋନାଲ ବୈଠକରେ ଯୋଗଦେବେ। ଦିନ ୨ଟା ବେଳେ ସେଠାରୁ ବୈଠକ ଶେଷ କରି ସେ ୨ଟା ୩୦ମିନିଟରେ ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ସିଏଏ ସମର୍ଥନ ସଭାରେ ଯୋଗଦେଇ ଉଦବୋଧନ ଦେବେ।

ଏହାପରେ ଅମିତ ଶାହ ସନ୍ଧ୍ୟା ୬ଟାରୁ ସାଢ଼େ ୭ଟା ପର୍ଯ୍ୟନ୍ତ ଦଳୀୟ କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକରେ ଆଲୋଚନା କରିବେ। ଦଳର ସାଙ୍ଗଠନିକ ସ୍ଥିତି ଓ ଭବିଷ୍ୟତର ରଣନୀତିକୁ ନେଇ ସେ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ।

ଏହାପରେ ସେ ଦ୍ୱିତୀୟ ଦିନରେ ଶାହ ପୁରୀ ଯାଇ ଶ୍ରୀଜଗନ୍ନାଥ ଓ ଭୁବନେଶ୍ୱରରେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରି ଦିଲ୍ଲୀ ଫେରିଯିବେ।

Comment