ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଷ୍ଟ୍ରେଲିୟ ଓପନର୍ ଡେଭିଡ୍ ୱାର୍ନରଙ୍କୁ ପୁଣି ଥରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)ରେ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଭାବେ ଦେଖିବାକୁ ମିଳିବ। ଫ୍ରାଞ୍ଚାଇଜ୍ ଏହି ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ଲିଗର ଆଗାମୀ ସିଜନ୍ ପାଇଁ ଦଳର ଅଧିନାୟକ ଭାବରେ ନିଯୁକ୍ତ କରିଛି।

୨୦୧୮ରେ କେପଟାଉନରେ ବଲ ଟେମ୍ପରିଂ ବିବାଦ ଯୋଗୁଁ ୱାର୍ନର ଆଇପିଏଲରୁ ବାଦ ପଡ଼ିଥିଲେ ଏବଂ ଅଧିନାୟକତ୍ୱରୁ ମଧ୍ୟ ବଞ୍ଚିତ ହୋଇଥିଲେ। ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ ୱାର୍ଣ୍ଣରଙ୍କ ଉପରେ ଏକ ବର୍ଷର ପ୍ରତିବନ୍ଧକ ମଧ୍ୟ ଲଗାଇଥିଲା। ଏହାସହ ୱାର୍ନରଙ୍କୁ ଅଧିନାୟକତ୍ୱରୁ ମଧ୍ୟ ବାଦ ଦେଇଥିଲା। ଫଳରେ ୱାର୍ଣ୍ଣରଙ୍କ ସ୍ଥାନରେ ୨୦୧୯ ଆଇପିଏଲ୍‌ରେ କେନ୍ ୱିଲିୟମସନଙ୍କ ହାଇଦ୍ରାବାଦର ଅଧିନାୟକତ୍ୱ କରିଥିଲେ।

ଏନେି ୱାର୍ନର ଟୁଇଟରରେ କହିଛନ୍ତି, “ଆଇପିଏଲ୍ ୨୦୨୦ରେ ଅଧିନାୟକତ୍ୱ ପାଇ ମୁଁ ବହୁତ ଖୁସି। ଗତବର୍ଷ ଓ୍ଵିଲିୟମସନ୍‌ ଏବଂ ଭୁବନେଶ୍ୱର ଯେଉଁଭଳି ଦଳର ଅଧିନାୟକତ୍ୱ କରିଥିଲେ ସେଥିପାଇଁ ମୁଁ ଉଭୟଙ୍କୁ ଧନ୍ୟବାଦ ଦେବାକୁ ଚାହେଁ।“

Comment