ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସମବାୟ ଗୃହ ନିଗମରେ ଅଡିଟର କମ୍‌ ଆକାଉଣ୍ଟ୍‌ସ ଅଫିସର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। କେବଳ ଅବସରପ୍ରାପ୍ତ ସରକାରୀ/ପିଏସ୍‌ୟୁ କର୍ମଚାରୀ ଏହି ପଦବୀରେ ଆବେଦନ କରିପାରିବେ। ପ୍ରାଥମିକ ଭାବେ ଏହି ନିଯୁକ୍ତି ୬ ମାସ ପାଇଁ ଚୁକ୍ତିଭିତ୍ତିକ ରହିବ।

ପଦବୀ: ଅଡିଟର କମ୍‌ ଆକାଉଣ୍ଟ୍‌ସ ଅଫିସର

ବୟସ: ୬୫ ବର୍ଷରୁ ଅଧିକ ହୋଇନଥିବ

ଦରମା: ମାସିକ ୧୫,୦୦୦ ଟଙ୍କା

ଯୋଗ୍ୟତା:

ଇଚ୍ଛୁକ ପ୍ରାର୍ଥୀ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ କମର୍ସ କିମ୍ବା ତତୁଲ୍ୟ ବିଷୟରେ ସ୍ନାତକ ଲାଭ କରିଥିବା ଆବଶ୍ୟକ। ପ୍ରାର୍ଥୀ ସରକାରୀ/ପିଏସ୍‌ୟୁ କର୍ମଚାରୀ ଭାବେ ଅତି କମ୍‌ରେ ୨୫ ବର୍ଷ କାର୍ଯ୍ୟ କରିଥିବେ। ଅଡିଟର ଏବଂ ଆକାଉଣ୍ଟ୍‌ସ କାର୍ଯ୍ୟ ସମ୍ଭାଳିଥିବାର ଅଭିଜ୍ଞତା ଥିବା ଦରକାର।

ଇଚ୍ଛୁକ ପ୍ରାର୍ଥୀ ସମସ୍ତ ଦରକାରୀ କାଗଜପତ୍ର, ଅଭିଜ୍ଞତା ସାର୍ଟିଫିକେଟ୍‌ ଆଦିକୁ ବିଭାଗର ଏମ୍‌ଡି(ମ୍ୟାନେଜିଂ ଡିରେକ୍ଟର)ଙ୍କ ପାଖକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ପଠାଇବେ। ଲଫାପା ଉପରେ ‘Application for appointment of Auditor’ ଲେଖିବେ।

ଠିକଣା – ଦି ମ୍ୟାନେଜିଂ ଡିରେକ୍ଟର, ଓଡ଼ିଶା କୋ-ଅପରେଟିଭ୍‌ ହାଉସିଂ କର୍ପୋରେସନ ଲିମିଟେଡ୍‌, ଜନପଥ, ୟୁନିଟ୍‌-୩, ଭୁବନେଶ୍ଵର-୭୫୧୦୦୧

ଆବେଦନ କରିବାର ଶେଷ ତାରିଖ – ୭ ମାର୍ଚ୍ଚ ୨୦୨୦

ନିଯୁକ୍ତି ସମ୍ବନ୍ଧିତ ଅଧିକ ଜାଣିବା ପାଇଁ www.housingcorporation.in ଓ୍ଵେବ୍‌ସାଇଟ୍‌କୁ ଯାଆନ୍ତୁ।

Comment