ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ ନେଟଫ୍ଲିକ୍ସ ବହୁ ଲୋକପ୍ରିୟତା ରହଛି। ଦିନକୁ ବହୁ ଭାରତୀୟ ଯୁବକଯୁବତୀ ଏହି ଭିଡିଓ ଆପରେ ଯୋଡ଼ି ହେବାରେ ଲାଗିଛନ୍ତି। ଏହାକୁ ଦୃଷ୍ଟିରେ ରଖି ନେଟଫ୍ଲିକ୍ସ ଭାରତୀୟ ୟୁଜରଙ୍କ ପାଇଁ ଏହାର ପ୍ଲାନରେ କିଛି ପରିବର୍ତ୍ତନ ଆଣିବାକୁ ଯାଉଛି।

ନେଟଫ୍ଲିକ୍ସ କେବଳ ମୋବାଇଲ ୟୁଜରଙ୍କ ପାଇଁ ୧୯୯ ଓ ୪୯୯ ପ୍ଲାନରେ ଅପଗ୍ରେଡ କରିବାକୁ ଯାଉଛି। ପୂର୍ବରୁ ଏହି ପ୍ଲାନରେ କେବଳ SD କ୍ୱାଲିଟିର ଭିଡିଓ ଦେଖିବାକୁ ମିଳୁଥିଲା। ତେବେ ଆଗାମୀ ଦିନରେ ଏହି ପ୍ଲାନରେ HD କ୍ୱାଲିଟି ଭିଡିଓର ମଜା ନେଇପାରିବେ ନେଟଫ୍ଲିକ୍ସ ୟୁଜର।

ବର୍ତ୍ତମାନ କେବଳ ପରୀକ୍ଷାମୂଳକ ଭାବେ ଏହି ପ୍ଲାନକୁ ଅପଗ୍ରେଡ କରାଯିବ। ତେବେ ଏହି ପ୍ଲାନ କେବେ ୟୁଜରଙ୍କ ପାଇଁ ଉପଲବ୍ଧ ହେବ ସେନେଇ ନେଟଫ୍ଲିକ୍ସ ପକ୍ଷରୁ କୌଣସି ସୂଚନା ମିଳିନାହିଁ।

ତେବେ ଆଗାମୀ ଦିନରେ ଯଦି ୟୁଜର ୧୯୯ ଓ ୪୯୯ ନେଟଫ୍ଲିକ୍ସ ପ୍ଲାନ ନେଉଛନ୍ତି, ତେବେ ସେମାନେ ଫୁଲ ଏଚଡି ଭିଡିଓର ମଜା ନେଇପାରିବେ।
ବର୍ତ୍ତମାନ ନେଟଫ୍ଲିକ୍ସ ଫୁଲଏଚଡି ଭିଡିଓ ପାଇଁ ୬୪୯ ପ୍ଲାନ ଓ ୪କେ ପ୍ଲାନ ପାଇଁ ୭୯୯ ଟଙ୍କାର ପ୍ଲାନ ରହିଛି।

LEAVE A REPLY

Please enter your comment!
Please enter your name here