ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଆଜି ଓ କାଲି ଦୁଇ ଦିନ ପାଇଁ ମାଗଣା ସେବା ଯୋଗାଉଛି ଅନଲାଇନ୍ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ। ନେଟଫ୍ଲିକ୍ସରେ ଯେଉଁ ଫିଲ୍ମ କିମ୍ଵା ସୋ’ଗୁଡ଼ିକୁ ଆଗରୁ ଦେଖିବା ପାଇଁ ଟଙ୍କା ଦେବାକୁ ପଡୁଥିଲା ଏହି ଦୁଇଦିନରେ ଆପଣ ତାହାକୁ ମାଗଣାରେ ଦେଖିପାରିବେ। ନେଟଫ୍ଲିକ୍ସ ଷ୍ଟ୍ରିମ୍ ଫେଷ୍ଟ ଜରିଆରେ କମ୍ପାନି ଏହି ଅଫର୍ ଆଣିଛି। ତେବେ ଆସନ୍ତୁ ଜାଣିବା କେମିତି ମାଗଣାରେ ଦେଖିବେ ନେଟଫ୍ଲିକ୍ସ।ନେଟଫ୍ଲିକ୍ସରେ କେମିତି ଦେଖିବେ ମାଗଣାରେ ଫିଲ୍ମ?

ଏଥିପାଇଁ ପ୍ରଥମେ ପ୍ଲେଷ୍ଟୋରକୁ ଯାଇ ନେଟଫ୍ଲିକ୍ସ ଆପ୍‌ ଡାଉନଲୋଡ କରନ୍ତୁ। ଏହା ପରେ ନେଟଫ୍ଲିକ୍ସ ଆପ୍‌ ଓପନ କରି ଇ-ମେଲ୍ ଆଇଡି ନମ୍ବର ଏବଂ ପାସଓ୍ଵାର୍ଡ ଦେଇ ଲଗଇନ୍ କରନ୍ତୁ। ଏହା ପରେ ଆପଣ ମାଗଣାରେ ସବୁ ପିଲ୍ମ ଏବଂ ସୋ’ ଦେଖିପାରିବେ।

ଏଠି ଆପଣଙ୍କୁ ଆମେ କହି ରଖୁ ଯେ, ଏହି ଦୁଇ ଦିନରେ ଆପଣ ନେଟଫ୍ଲିକ୍ସରେ ଉବଲବ୍ଧ ସମସ୍ତ ଫିଲ୍ମ, ସୋ’, ସିରିଜ୍‌ ଆଦି ମାଗଣାରେ ଦେଖିପାରିବେ। ଏଥିପାଇଁ ନେଟଫ୍ଲିକ୍ସ ପକ୍ଷରୁ କୌଣସି ନିର୍ଦ୍ଧିଷ୍ଟ ନିୟମ କରାଯାଇ ନାହିଁ। କିନ୍ତୁ ସମସ୍ତ ଭିଡିଓଗୁଡ଼ିକ SD ଅର୍ଥାତ୍ ସାଧାରଣ କ୍ଵାଲିଟିରେ ଉବଲବ୍ଧ ହେବ।

ଏହିସବୁ ଟପ୍‌ ଫିଲ୍ମ ଏବଂ ସୋ’ ଦେଖନ୍ତୁ ମାଗଣାରେ

  • ସାକ୍ରେଟ ଗେମ୍ସ (Sacred Games)
  • ସି (She)
  • ଦିଲ୍ଲୀ କ୍ରାଇମ୍ (Delhi Crime)
  • ତାଜ ମହଲ ୧୯୮୯ (Taj Mahal 1989)
  • ଷ୍ଟୋରିଜ୍ ବାଏ ରବୀନ୍ଦ୍ରନାଥ ଟାଗୋର (Stories By Rabindranath Tagore)
  • ଘୋଲ୍‌ (Ghoul)
  • ଲିଟିଲ୍ ଥିଙ୍ଗ୍‌ସ (Little Things)
  • ଗିଲ୍‌ଟି (Guilty)

Comment