ଓଡ଼ିଶାଲାଇଭ୍ ବ୍ୟୁରୋ

  • ବିନା କୌଣସି ଅତିରିକ୍ତ ମୂଲ୍ୟରେ ପାଇପାରିବେ ନେଟ୍‌ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍‌, ଡିଜନି+ ହଟ୍‌ଷ୍ଟାର୍‌
  • ଫାମିଲି ପ୍ଲାନ୍ ସହ ଡାଟା ରୋଲ୍‌ଓଭର୍ ସୁବିଧା
  • ବିଶ୍ୱର ଯେକୌଣସି ସ୍ଥାନରୁ ୧ ଟଙ୍କାରେ ଭାରତକୁ କଲ୍ କରିବା ସୁବିଧା
  • ମାଗଣା ହୋମ୍ ଡେଲିଭରି ଏବଂ ଆକ୍ଟିଭେସନ୍ର ସୁବିଧା
  • ବିମାନ ଯାତ୍ରାରେ ଏଣିକି ଡାଟାର ସୁବିଧା ଉଠାଇପାରିବେ

ପୋଷ୍ଟପେଡ୍ ସେବା କ୍ଷେତ୍ରରେ ପୁନର୍ବିନ୍ୟାସ ଆଣିବା ପାଇଁ ଜିଓ ପକ୍ଷରୁ ଭାରତରେ ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ସୁବିଧା ସମ୍ଭାର ସହିତ ଜିଓ ପୋଷ୍ଟପେଡ୍ ପ୍ଲସ୍‌ର ଶୁଭାରମ୍ଭ କରାଯାଇଛି। ଏହି ନୂଆ ଫିଚର୍‌ରେ ନେଟ୍‌ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍ ଓ ଡିଜନି+ ହଟ୍‌ଷ୍ଟାର୍‌ର ସବ୍‌ସ୍କ୍ରିପ୍‌ସନ୍ ଓ ଜିଓ ଆପ୍‌ଗୁଡ଼ିକ ସହିତ ୬୫୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌, ଭିଡିଓ କଣ୍ଟେଟ୍‌, ୫ କୋଟି ଗୀତ ଓ ୩୦୦ରୁ ଅଧିକ ସମ୍ବାଦପତ୍ର ଉପଲବ୍ଧ ହେବ।ଜିଓ ପୋଷ୍ଟପେଡ୍ ପ୍ଲସ୍‌ର ଗ୍ରାହକମାନେ ପାଇବେ ଏଣ୍ଟରଟେନ୍‌ମେଣ୍ଟ୍ ପ୍ଲସ୍‌, ଫିଚର୍ସ ପ୍ଲସ୍‌, ଇଣ୍ଟରନ୍ୟାସନାଲ୍ ପ୍ଲସ୍ ଏବଂ ଏକ୍ସପେରିଏନ୍ସ ପ୍ଲସ୍ ଭଳି ଅନନ୍ୟ ସେବା ଓ ସୁବିଧା ସମ୍ଭାର। ଏଣ୍ଟରଟେନ୍‌ମେଣ୍ଟ୍ ପ୍ଲସ୍‌ରେ ନେଟ୍‌ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍ ଓ ଡିଜନି+ ହଟ୍‌ଷ୍ଟାର୍‌ର ସବ୍‌ସ୍କ୍ରିପ୍‌ସନ୍ ଓ ଜିଓ ଆପ୍‌ଗୁଡ଼ିକ ସହିତ ୬୫୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌, ଭିଡିଓ କଣ୍ଟେଟ୍‌, ୫ କୋଟି ଗୀତ ଓ ୩୦୦ରୁ ଅଧିକ ସମ୍ବାଦପତ୍ର ଉପଲବ୍ଧ ହେବ। ଫିଚର୍ସ ପ୍ଲସ୍‌ରେ ପ୍ରତି ସଂଯୋଗ ପିଛା ମାତ୍ର ୨୫୦ ଟଙ୍କାରେ ସାରା ପରିବାର ପାଇଁ ଫାମିଲି ପ୍ଲାନ୍‌, ୫୦୦ ଜିବି ପର୍ଯ୍ୟନ୍ତ ଡାଟା ରୋଲ୍‌ଓଭର୍ ଅର୍ଥାତ ବଳକା ଡାଟା ପରବର୍ତ୍ତୀ ମାସକୁ ସ୍ଥାନାନ୍ତରଣ ଏବଂ ଭାରତ ଓ ବିଦେଶରେ ୱାଇ-ଫାଇ କଲିଂ ସୁବିଧା ମିଳିବ।ଇଣ୍ଟରନ୍ୟାସନାଲ୍ ପ୍ଲସ୍‌ରେ ବିଦେଶକୁ ଯାତ୍ରା କରୁଥିବା ଭାରତୀୟ ଯାତ୍ରୀଙ୍କ ପାଇଁ ପ୍ରଥମ ଧରଣର ବିମାନ ଭିତରେ ସଂଯୋଗ ଉପଲବ୍ଧ ହେବ। ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁଏଇରେ ମାଗଣାରେ ଆନ୍ତର୍ଜାତିକ ରୋମିଂ ସୁବିଧା, ଆନ୍ତର୍ଜାତିକ ରୋମିଂରେ ଥିବା ବେଳେ ଭାରତକୁ ୧ ଟଙ୍କାରେ କଲ୍ କରିବା ସୁବିଧା ଏବଂ ମିନିଟ୍ ପିଛା ୫୦ ପଇସାରୁ ଆରମ୍ଭ କରି ଆନ୍ତର୍ଜାତିକ କଲ୍ କରିବାର ସୁବିଧା ମିଳିବ। ଏକ୍ସପେରିଏନ୍ସ ପ୍ଲସ୍‌ରେ ଜିଓରେ ପୁରୁଣା କ୍ରେଡିଟ୍ ଲିମିଟ୍ ଜାରି ରହିବ ଏବଂ ସମାନ ନମ୍ବର ରହିବ, କୌଣସି ଅପେକ୍ଷା ସମୟ ରହିବ ନାହିଁ। ଏଥି ସହିତ ମାଗଣା ହୋମ୍ ଡେଲିଭରି ଓ ଆକ୍ଟିଭେସନ୍ ଏବଂ ପ୍ରିମିୟମ୍ କଲ୍ ସେଂଟର ସେବା ଉପଲବ୍ଧ ହେବ।

ଜିଓ ପୋଷ୍ଟପେଡ୍ ସ୍ଳସ୍‌ରେ ଟାରିଫ୍ ପ୍ଲାନ୍ ୩୯୯ ଟଙ୍କାରୁ ଆରମ୍ଭ ହେଉଛି। ଗ୍ରାହକମାନଙ୍କ ପାଇଁ ୩୯୯ ଟଙ୍କା, ୫୯୯ ଟଙ୍କା, ୭୯୯ ଟଙ୍କା, ୯୯୯ ଟଙ୍କା ଓ ୧୪୯୯ ଟଙ୍କିଆ ଟାରିଫ୍ ପ୍ଲାନ୍ ଘୋଷଣା କରାଯାଇଛି। ୩୯୯ ଟଙ୍କିଆ ପ୍ଲାନ୍‌ରେ ୭୫ ଜିବି ହାଇସ୍ପିଡ୍ ଡାଟା, ଅସୀମିତ ଭଏସ୍ କଲ୍ ଓ ଏସ୍‌ଏମ୍‌ଏସ୍ ସେବା, ନେଟ୍‌ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍‌, ଡିଜ୍‌ନି-ପ୍ଲସ୍ ହଟ୍‌ଷ୍ଟାର୍ ଭିଆଇପି ସବ୍‌ସ୍କ୍ରିପ୍‌ସନ୍ ଏବଂ ୨୦୦ ଜିବି ପର୍ଯ୍ୟନ୍ତ ଡାଟା ରୋଲ୍‌ଓଭର୍ ସୁବିଧା ମିଳିବ।୫୯୯ ଟଙ୍କିଆ ପ୍ଲାନ୍‌ରେ ୧୦୦ ଜିବି ହାଇସ୍ପିଡ୍ ଡାଟା, ଅସୀମିତ ଭଏସ୍ କଲ୍ ଓ ଏସ୍‌ଏମ୍‌ଏସ୍‌, ନେଟ୍‌ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍‌, ଡିଜ୍‌ନି-ପ୍ଲସ୍ ହଟ୍‌ଷ୍ଟାର୍ ଭିଆଇପି ସବ୍‌ସ୍କ୍ରିପ୍‌ସନ୍‌, ୨୦୦ ଜିବି ପର୍ଯ୍ୟନ୍ତ ଡାଟା ରୋଲ୍‌ଓଭର୍ ଓ ଫାମିଲି ପ୍ଲାନ୍ ରହିଥିବା ୧ଟି ଅତିରିକ୍ତ ସିମ୍ ମିଳିବ। ସେହିପରି, ୭୯୯ ଟଙ୍କିଆ ପ୍ଲାନ୍‌ରେ ୧୫୦ ଜିବି ହାଇସ୍ପିଡ୍ ଡାଟା, ଅସୀମିତ ଭଏସ୍ କଲ୍ ଓ ଏସ୍‌ଏମ୍‌ଏସ୍‌, ନେଟ୍‌ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍‌, ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାର୍ ଭିଆଇପି ସବ୍‌ସ୍କ୍ରିପ୍‌ସନ୍‌, ୫୦୦ ଜିବି ପର୍ଯ୍ୟନ୍ତ ଡାଟା ରୋଲ୍‌ଓଭର୍ ଓ ଫାମିଲି ପ୍ଲାନ୍ ରହିଥିବା ୨ଟି ଅତିରିକ୍ତ ସିମ୍ ମିଳିବ। ୯୯୯ ଟଙ୍କିଆ ପ୍ଲାନ୍‌ରେ ୨୦୦ ଜିବି ହାଇସ୍ପିଡ୍ ଡାଟା, ଅସୀମିତ ଭଏସ୍ କଲ୍ ଓ ଏସ୍‌ଏମ୍‌ଏସ୍‌, ନେଟ୍‌ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍‌, ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାର୍ ଭିଆଇପି ସବ୍‌ସ୍କ୍ରିପ୍‌ସନ୍‌,  ୫୦୦ ଜିବି ପର୍ଯ୍ୟନ୍ତ ଡାଟା ରୋଲ୍‌ଓଭର୍ ଓ ଫାମିଲି ପ୍ଲାନ୍ ରହିଥିବା ୩ଟି ଅତିରିକ୍ତ ସିମ୍ ମିଳିବ।

୧୪୯୯ ଟଙ୍କିଆ ପ୍ଲାନ୍‌ରେ ୩୦୦ ଜିବି ହାଇସ୍ପିଡ୍ ଡାଟା, ଅସୀମିତ ଭଏସ୍ କଲ୍ ଓ ଏସ୍‌ଏମ୍‌ଏସ୍‌, ନେଟ୍‌ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍‌, ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାର୍ ଭିଆଇପି ସବ୍‌ସ୍କ୍ରିପ୍‌ସନ୍‌, ୫୦୦ ଜିବି ପର୍ଯ୍ୟନ୍ତ ଡାଟା ରୋଲ୍‌ଓଭର୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁଏଇରେ ଅସୀମିତ ଡାଟା ଓ ଭଏସ୍ ସେବା ମିଳିବ।

Comment