ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଜାହ୍ନବୀ କପୁରଙ୍କ ଅଭିନୀତ ଫିଲ୍ମ ‘ଗୁଞ୍ଜନ ସକସେନା ଦ କାରଗିଲ ଗାର୍ଲ’ର ଟ୍ରେଲର ନେଟଫ୍ଲିକ୍ସରେ ରିଲିଜ ହୋଇଛି। ଅଗଷ୍ଟ ୧୨ ତାରିଖରେ ଏହି ଫିଲ୍ମ ରିଲିଜ ହେବ। ଦୀର୍ଘଦିନରୁ ଏହି ଫିଲ୍ମକୁ ଅପେକ୍ଷା କରିଥିବା ଦର୍ଶକ ନେଟଫ୍ଲିକ୍ସରେ ଏହି ଫିଲ୍ମ ଦେଖିବାକୁ ପାଇବେ।

କାରଗିଲ ଯୁଦ୍ଧ ସମୟରେ ଯୁଦ୍ଧ ବିମାନ ଉଡ଼ାଇବାରେ ଗୁଞ୍ଜନ ସକସେନା ଥିଲେ ପ୍ରଥମ ମହିଳା। ତାଙ୍କ ଜୀବନୀକୁ ନେଇ ଏହି ଫିଲ୍ମ ତିଆରି ହୋଇଛି। ଜାହ୍ନବୀ ଗୁଞ୍ଜନ ସକସେନାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି।

ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଶରନ ଶର୍ମା। ଫିଲ୍ମର ପ୍ରଡ୍ୟୁସର ହେଉଛନ୍ତି କରଣ ଜୋହର। ଏଥିରେ ଜାହ୍ନବୀ ଓ ପଙ୍କଜ ତ୍ରିପାଠୀଙ୍କ ବ୍ୟତୀତ ଅଙ୍ଗଦ ବେଦୀ,  ବିନୀତ କୁମାର ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି।

Comment