ଓଡ଼ିଶାଲାଇଭ୍ ବ୍ୟୁରୋ

ଦିପାବଳୀରେ ଆସୁଛି ଅନୁରାଗ କଶ୍ୟପଙ୍କ ନିର୍ଦ୍ଦେଶିତ ନୂଆ ଫିଲ୍ମ ‘ଲୁଡୋ’। ଆଜି ଏହି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି। କମେଡି ଓ ଆକ୍ସନରେ ଭରପୂର ଏହି ଟ୍ରେଲରକୁ ଦର୍ଶକମାନେ ବେଶ ପସନ୍ଦ ମଧ୍ୟ କରିଛନ୍ତି।

ଅଭିଷେକ ବଚ୍ଚନ, ରାଜକୁମାର ରାଓ, ପଙ୍କଜ ତ୍ରିପାଠୀ, ଆଦିତ୍ୟ ରାୟ କପୁରଙ୍କ ଭଳି ଅଭିନେତାଙ୍କ ସହ ନିର୍ମିତ ହୋଇଥିବା ଏହି ଫିଲ୍ମ ଓଟିଟି ଫର୍ମାଟରେ ରିଲିଜ୍ ହେବ। ବହୁ ଦିନ ପରେ ଏଭଳି ଏକ ଫିଲ୍ମ ରିଲିଜ୍ ହେଉଥିବାରୁ ଏହା ଦର୍ଶକମାନଙ୍କ ପ୍ରଂଶସା ସାଉଁଟିପାରିବ ବୋଲି କୁହାଯାଉଛି।

ଫିଲ୍ମରେ ସମସ୍ତ ଚରିତ୍ରକୁ ଏକ ଭିନ୍ନ ଢଙ୍ଗରେ ଦେଖାଯାଇଛି। ସମସ୍ତଙ୍କର କିଛି କିଛି ଅସୁବିଧା ଥିବାବେଳେ ସେମାନେ ପରସ୍ପରର ସାହାଯ୍ୟ ଖୋଜୁଛନ୍ତି। ଯାହାକୁ ନେଇ ‘ଲୁଡୋ’ର କାହାଣୀ ଆଗକୁ ବଢୁଛି।

ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଏନେଇ ପୂର୍ବରୁ ସୂଚନା ଦେଇସାରିଥିଲେ। ଏହି ଫିଲ୍ମ ନିର୍ମାଣ କରିବାକୁ ସେ ବହୁ ଦିନ ହେଲା ଚେଷ୍ଟା ଚଳାଇଥିଲେ। ଶେଷରେ ତାଙ୍କର ଏହି ସ୍ୱପ୍ନ ପୂରଣ ହୋଇଛି ବୋଲି ସେ କହିଛନ୍ତି।

Comment