ଓଡ଼ିଶାଲାଇଭ୍‌ ବ୍ୟୁରୋ

ହିନ୍ଦୀ ଫିଲ୍ମର ସବଠୁ ବଡ଼ ନିର୍ମାତା ଓ ନିର୍ଦ୍ଦେଶକ କରଣ ଜୋହର ହେବେ ଲଭ୍‌ ଗୁରୁ। ନେଟଫ୍ଲିକ୍ସରେ ତାଙ୍କର ଏକ ସୋ’ ଆସିବାକୁ ଯାଉଛି ଯେଉଁଥିରେ କରଣଙ୍କୁ ଲଭ୍‌ ଗୁରୁ ଭୂମିକାରେ ଦେଖିବେ ଦର୍ଶକ।

ଏହି ସୋ’ ଜରିଆରେ କରଣ ସେହିମାନଙ୍କୁ ଲଭ୍‌ ଶିଖାଇବେ ଯେଉଁମାନେ ଅନ୍ୟମାନଙ୍କୁ ତ ଭଲ ପାଉଛନ୍ତି ହେଲେ ନିଜକୁ ଭଲ ପାଇବାକୁ ଭୁଲି ଯାଇଛନ୍ତି।

ଏହି ସୋ’ର ନାଁ ‘ହ୍ୱାଟ ଦ ଲଭ୍‌’ ରହିବ। ଏହି ସୋ’କୁ ହୋଷ୍ଟ କରିବେ କରଣ ଜୋହର। ତେବେ ଏହା ପ୍ରଥମ ସୋ’ ନୁହେଁ ଏହାପୂର୍ବରୁ ସେ ‘କଫି ଓ୍ୱିଥ୍‌ କରଣ’ରେ ନଜର ଆସୁଥିଲେ। ଏହି ସୋ’ରେ ବଲିଉଡର ଜଣାଶୁଣା କଳାକାରମାନଙ୍କର ସାକ୍ଷାତକାର ହେଉଥିଲା।  ଏହି ସୋ’ ବେଶ ଚର୍ଚ୍ଚାରେ ମଧ୍ୟ ରହିଥିଲା। ଏହା ମାଧ୍ୟମରେ ଅନେକ ସେଲିବ୍ରିଟିଙ୍କ ବ୍ୟକ୍ତିଗତ ଜୀବନର ବଡ଼ ଖୁଲାସା ହେଉଥିଲା।

Comment