ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ୍ ନିର୍ଦ୍ଦେଶକ କରଣ ଜୋହରଙ୍କ ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ୨୦୧୯ ମସିହାରେ ତାଙ୍କ ଘରେ ହୋଇଥିବା ବଲିଉଡ୍ ପାର୍ଟିର ଭିଡିଓକୁ ଏନସିବି ପୁଣିଥରେ ଯାଞ୍ଚ କରିବ ବୋଲି ଜଣାପଡ଼ିଛି।

ଏହାପୂର୍ବରୁ ମଧ୍ୟ କରଣଙ୍କ ଘରେ ହୋଇଥିବା ପାର୍ଟିର ଭିଡିଓକୁ ଏନସିବି ଫରେନ୍ସିକ୍ ଯାଞ୍ଚ ପାଇଁ ପଠାଇଥିଲା। ସେଥିରୁ କିନ୍ତୁ ଏନସିବିକୁ କୌଣସି ପ୍ରକାର ସୁରାକ୍ ମିଳିନଥିଲା। ହେଲେ ଏବେ ଏହି ଭିଡିଓକୁ ପୁଣିଥରେ ଯାଞ୍ଚ କରିବାକୁ ଏନସିବି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।କରଣ ଜୋହରଙ୍କ ପାର୍ଟିରେ ବଲିଉଡର ବହୁ କଳାକାର ସାମିଲ ଥିଲେ। ଏହି ପାର୍ଟିରେ ସେମାନେ ଡ୍ରଗ୍ସ ସେବନ କରିଥିବା କୁହାଯାଉଛି। ହେଲେ ଏହା କେତେ ସତ ଆଉ କେତେ ମିଛ ସେନେଇ ଏନସିବି ଖୋଳତାଡ଼ କରୁଛି।

ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁର ତଦନ୍ତ କରୁ କରୁ ସିବିଆଇକୁ ଏଥିରେ ଡ୍ରଗ୍ସ କାରବାର ଘଟଣାର ଖବର ମିଳିଥିଲା। ଏହାପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏହାର ତଦନ୍ତ ପକ୍ରିୟା ଆରମ୍ଭ କରିଥିଲା। ଏହି ମାମଲାରେ ବଲିଉଡର ବହୁ ବଡ଼ ବଡ଼ କଳାକାର ସାମିଲ ଥିବା କୁହାଯାଉଛି। ଏନସିବି ଦୀପିକା, ଶ୍ରଦ୍ଧା କପୁର, ରକୁଲପ୍ରୀତ ଓ ସାରା ଅଲ୍ଲୀ ଖାନକୁ ଏନେଇ ସମନ ଜାରି କରିବା ସହିତ ପଚରାଉଚୁରା କରିସାରିଛି।

Comment