ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ୱିଙ୍ଗ୍ କମାଣ୍ଡର ଗେଟଅପରେ ବଲିଉଡ୍ ଅଭିନେତା ଅଜୟ ଦେବଗନ। ଭାରତୀୟ ବାୟୁସେନାର ଜଣେ ସ୍କ୍ୱାଡ୍ରନ ଲିଡର ଭାବେ ଅଜୟ ତାଙ୍କର ଆଗାମୀ ଫିଲ୍ମ ‘ଭୁଜ–ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’ରେ ନଜର ଆସୁଛନ୍ତି।

ଅଜୟଙ୍କ ଏହି ଫିଲ୍ମର ଫଟୋ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଚହଳ ପକାଇଛି। ଫଟୋରେ ଅଜୟ ଭାରତୀୟ ବାୟୁସେନାର ଜଣେ ଅଫିସରଭାବେ ବିମାନ ପାଖରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଫିଲ୍ମଟି ୧୯୭୧ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧର ଏକ କାହାଣୀକୁ ନେଇ ନିର୍ମାଣ କରାଯାଇଛି।

ଫିଲ୍ମରେ ଅଜୟ ୱିଙ୍ଗ୍ କମାଣ୍ଡର ବିଜୟ କାର୍ଣ୍ଣିକଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ବିଜୟ କାର୍ଣ୍ଣିକ ୧୯୭୧ ମସିହାର ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଭୁଜ ଏୟାରବେସର ଦାୟିତ୍ୱରେ ଥିଲେ। ପାକିସ୍ତାନ ସୈନ୍ୟ ଏହି ଏୟାରବେସ ଉପରେ ଆକ୍ରମଣ କରିଥିଲା। ଏହାପରେ ମଧ୍ୟ କାର୍ଣ୍ଣିକ ନିଜର ଅପରେସନ୍ ଜାରି ରଖିଥିଲେ। ତାଙ୍କର ଏହି ବୀରତ୍ୱ ଉପରେ ନିର୍ମାଣ ହେଉଥିବା ଏହି ଫିଲ୍ମଟି ଅଗଷ୍ଟ ମାସ ୧୪ ତାରିଖରେ ରିଲିଜ୍ ହେବ।

LEAVE A REPLY

Please enter your comment!
Please enter your name here