ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଇକକୁ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର। ନୂଆପଡ଼ା ଜିଲ୍ଲାର କୋମନା ଥାନା ଜାତୀୟ ରାଜପଥ-୫୩ରେ ସୋମବାର ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକ ବ୍ୟକ୍ତି ଜଣକ ହେଲେ ବଲାଙ୍ଗିର ଜିଲ୍ଲାର ତୁରେକେଲା ଥାନା ଅନ୍ତର୍ଗତ କୁଇମୁଣ୍ତା ଗାଁର ବାସୁଦେବ ବେମାଲ। ତାଙ୍କ ସ୍ତ୍ରୀଙ୍କ ନାଁ ହେଲା ଉପାସୀ ବେମାଲ।

ବାସୁଦେବ ବେମାଲ ଓ ତାଙ୍କ ସ୍ତ୍ରୀ ଉପାସୀ ବେମାଲ ରବିବାର ସନ୍ଧ୍ୟାରେ ଘଟେଶ୍ୱର ଗାଁରେ ଥିବା ନିଜ ବନ୍ଧୁଙ୍କ ଘରକୁ ଯାଇଥିଲେ। ଦୁହେଁ ସୋମବାର ବାଇକ୍‌ରେ ନିଜ ଗାଁକୁ ଫେରୁଥିଲେ। ଘଟେଶ୍ୱର ଗାଁରୁ ବାହାରି ଜାତୀୟ ରାଜପଥ-୫୩କୁ ଯାଉଥିବା ବେଳେ ଏକ ମାଲ ବୋଝେଇ ଟ୍ରକ୍‌ ବାଇକ୍‌ଟିକୁ ସାମ୍ନା ପଟୁ ଧକ୍କା ଦେଇଥିଲା।

ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ବାସୁଦେବଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ତାଙ୍କ ସ୍ତ୍ରୀଙ୍କୁ ଉଦ୍ଧାର କରାଯାଇ କୋମନା ମେଡିକାଲରେ ଭର୍ତ୍ତି କରାଯାଇଥିଲା।

Comment