ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀ ହିଂସାକୁ ନେଇ ସାରାଦେଶରେ ଚାଲିଛି ବୟାନବାଜି। ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଭାବୁକ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ବିଜେପିର ସଂସଦୀୟ ଦଳ ବୈଠକ ବସିଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ହିଂସାକୁ ନେଇ ଚିନ୍ତା ପ୍ରକାଶ କରିବା ସହିତ ଭାବୁକ ହୋଇପଡ଼ିଥିଲେ।

“ପ୍ରଥମେ ଦେଶ ପାଇଁ କାମ କର, ପରେ ଦଳ ପାଇଁ କାମ କରିବ। ଦେଶର ବିକାଶ ଦିଗରେ ସଭିଙ୍କ ବିଶ୍ୱାସ ସହ ସମସ୍ତଙ୍କୁ ସାଥି କରି ଚାଲିବାକୁ ପଡ଼ିବ। ରାଷ୍ଟ୍ରହିତ ପାଇଁ ଆମେ ସରକାରରେ ଅଛୁ। ରାଷ୍ଟ୍ରକୁ କୁ ସର୍ବୋଚ୍ଚରେ ରଖିଲେ ହିଁ ଆମେ ଆମର ବିକାଶ ହୋଇପାରିବ”, ଏହା କହି ପ୍ରଧାନମନ୍ତ୍ରୀ ଭାବୁକ ହୋଇପଡିଥିଲେ।

ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି। କେତେକ ସମୁଦାୟ ଦେଶକୁ ଭାଗ କରିବାକୁ ଚେଷ୍ଟା କରୁଛନ୍ତି। ସେମାନଙ୍କ ବିରୋଧରେ ଲଢିବାକୁ ହେବ। ଏହାସହ ବନ୍ଦେ ମାତରମ କୁ ନେଇ ଯେଉଁମାନେ ରାଜନୀତି କରୁଛନ୍ତି ସେମାନଙ୍କ ବିରୋଧରେ ମଧ୍ୟ ଲଢ଼ିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏନେଇ ଏକ ସାକ୍ଷାତାକାରରେ ପ୍ରହ୍ଲାଦ ଯୋଶୀ କହିଛନ୍ତି।

ଫେବ୍ରୁଆରି ୨୩, ୨୪, ୨୫ ତାରିଖରେ ସିଏଏକୁ ନେଇ ଦିଲ୍ଲୀରେ ଭୟଙ୍କର ହିଂସାକାଣ୍ଡ ହୋଇଥିଲା। ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୬ ଜଣଙ୍କ ମୃତ୍ୟୁ ଘଟିଛି।

Comment