ଓଡ଼ିଶାଲାଇଭ୍‌ ବ୍ୟୁରୋ

ନାସନାଲ ବ୍ୟାଙ୍କ ଅଫ୍‌ ଏଗ୍ରିକଲ୍‌ଚର୍‌ ଆଣ୍ଡ ରୁରାଲ ଡେଭେଲପ୍‌ମେଣ୍ଟ (NABARD) ଅଧୀନରେ ମ୍ୟାନେଜର ପଦବୀରେ ନିଯୁକ୍ତି ପ୍ରକାଶ ପାଇଛି। ଆଗ୍ରହୀ ପ୍ରାର୍ଥୀମାନେ ଆସନ୍ତା ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ଆବେଦନ କରିପାରିବେ। ଏହି ନିଯୁକ୍ତି ୫ ବର୍ଷ ପାଇଁ ଚୁକ୍ତିଭିତ୍ତିକ।

ଯୋଗ୍ୟତା:

ଏମ୍‌ବିଏ ସହ ୪ ବର୍ଷର ଇଞ୍ଜିନିୟରିଂ ଡିଗ୍ରୀ (୫୦%) ବା କିମ୍ବା ସିଏସ୍‌ଇ/ଆଇଟି/କମ୍ପ୍ୟୁଟର ଆପ୍ଲିକେସନ୍‌ରେ ସମକକ୍ଷକ ଡିଗ୍ରୀ ହାସଲ କରିବା ସହ ଡେଭେଲପ୍‌ମେଣ୍ଟ ସେକ୍ଟରରେ ଅତିକମ୍‌ରେ ୫ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

ବୟସ ସୀମା– ୩୦ରୁ ୫୦ ବର୍ଷ ମଧ୍ୟରେ

ନିଯୁକ୍ତି ସ୍ଥାନ– ମୁମ୍ବାଇ

ଦରମା– ୧ ଲକ୍ଷ ଟଙ୍କା ମାସିକ

ଆବେଦନ ପ୍ରକ୍ରିୟା:

ଆଗ୍ରହୀ ପ୍ରାର୍ଥୀମାନେ ନିଜର ବାୟୋଡାଟା ଏବଂ ଆବେଦନପତ୍ର ନିର୍ଦ୍ଧାରିତ ସମୟ ପୂର୍ବରୁ nabfoundation@nabard.org କୁ ପଠାଇଦେବାକୁ ବିଜ୍ଞପ୍ତିରେ କୁହାଯାଇଛି।

ଅଧିକ ସୂଚନା ପାଇଁ nabard.org ଓ୍ଵେବ୍‌ସାଇଟ୍‌ରେ ଲଗ୍‌ଇନ୍‌ କରନ୍ତୁ।

LEAVE A REPLY

Please enter your comment!
Please enter your name here