ଓଡ଼ିଶାଲାଇଭ୍‌ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବସ୍‌କୁ ଧକ୍କା ଦେଇ ଘାଟି ତଳକୁ ଖସିଗଲା ଆଇରନ୍‌ ବୋଝେଇ ଟ୍ରକ। ଏଥିରେ ବସ୍‌ ଭିତରେ ଥିବା ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ୫ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଏଭଳି ଘଟଣା ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ନିକଟବର୍ତ୍ତୀ ୪୯ ନମ୍ଵର ଜାତୀୟ ରାଜପଥରେ।

ବୁଧବାର ବାରିପଦାରୁ ବାଦାମପାହାଡ଼ ଯାଉଥିବା ଆନନ୍ଦ ନାମକ ଏକ ଘରେଇ ଯାତ୍ରୀବାହୀ ବସ ଘାଟି ଚଢୁ ଥିଲା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରକ ତାକୁ ଧକ୍କା ଦେଇଥିଲା। ଫଳରେ ଟ୍ରକଟି ଘାଟି ତଳକୁ ଖସି ପଡ଼ିଥିଲା। ଅନ୍ୟପକ୍ଷରେ ବସ୍‌ ଭିତରେ ଥିବା ଯାତ୍ରୀଙ୍କ ମଧ୍ୟରେ ଜଣେ ଗୁରୁତର ହୋଇଥିଲେ।

ଗୁରୁତର ଯାତ୍ରୀ ଜଣକ ହେଲେ ରତିକାନ୍ତ ମଣ୍ଡଳ। ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ପିଆର୍‌ଏମ୍‌ ମେଡିକାଲକୁ ପଠେଇ ଦିଆଯାଇଥିଲା ବେଳେ ସାମାନ୍ୟ ଆହତମାନଙ୍କୁ ଚିକିତ୍ସା ବାଙ୍ଗିରିପୋଷି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାଲିଛି। ଅନ୍ୟପଟେ ଟ୍ରକ ଚାଳକ ଟ୍ରକ ତଳେ ଚାପି ହେଇ ରହିଥିଲା ବେଳେ ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରିଛି।

Comment