ଓଡ଼ିଶାଲାଇଭ ବ୍ୟୁରୋ


ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ୧୦୪ ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ବିଜୁ ବାବୁଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
“ବିଜୁ ବାବୁ ଭାରତର ବିକାଶ ପାଇଁ ଜୀବନ ବ୍ୟାପୀ କାର୍ଯ୍ୟ କରିଥିଲେ। ଓଡିଶାର ବିକାଶ ପାଇଁ ଜୀବନକୁ ଉତ୍ସର୍ଗ କରିଥିଲେ ବିଜୁବାବୁ। ସାହସିକତା ଦେଖାଇ ସେ ରାମ ମନୋହର ଲୋହିଆଙ୍କୁ ବିମାନରେ ଉଦ୍ଧାର କରିଥିଲେ”, ଏଭଳି ଟୁଇଟ କରି ବିଜୁବାବୁଙ୍କୁ ମନେ ପକାଇଛନ୍ତି ମୋଦୀ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜୁବାବୁଙ୍କୁ ମନେ ପକାଇ ଟୁଇଟର ପେଜ ରେ ୧୯୪୫ ମସିହାର କିଛି ଡକ୍ୟୁମେଣ୍ଟ ଆଟାଚ କରିଛନ୍ତି। ବିଜୁ ପଟ୍ଟନାୟଙ୍କ ଜନ୍ମଦିନ ଅବସରରେ ଏହିଭଳି ଭାବରେ ବିଜୁବାବୁଙ୍କ ଗୁଣଗାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ବିଜୁବାବୁ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ କଟକର ତୁଳସୀପୁରରେ ଜନ୍ମ ହୋଇଥିଲେ। ତାଙ୍କ ପୂରା ନାଁ ବିଜୟାନନ୍ଦ ପଟ୍ଟନାୟକ। ସେ ସମସ୍ତଙ୍କ ନିକଟରେ ବିଜୁବାବୁ ଭାବେ ପରିଚିତ।

Comment