ଓଡ଼ିଶାଲାଇଭ ବ୍ୟୁରୋ

ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ନୂଆ ଦାୟିତ୍ୱ ମିଳିଛି। ବିଜେଡିର ସଙ୍ଗଠନ ସମ୍ପାଦକ ଭାବେ ତାଙ୍କୁ ନିଯୁକ୍ତ କରାଯାଇଛି। ଏଣିକି ଦଳର ସମସ୍ତ ପ୍ରକାର ସାଙ୍ଗଠନିକ ଦାୟିତ୍ୱ ସେ ବୁଝିବେ। ଗୁରୁବାର ବିଜୁବାବୁଙ୍କ ୧୦୪ତମ ଜନ୍ମ ଜୟନ୍ତୀ ଅବସରରେ ଏହି ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ଦଳକୁ ତୃଣମୂଳ ସ୍ତରରୁ ମଝବୁତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ବିଜେଡି ସୁପ୍ରିମୋଙ୍କ ଏହି ନିଷ୍ପତ୍ତିକୁ ଦଳୀୟ କର୍ମକର୍ତ୍ତାମାନେ ସ୍ୱାଗତ କରିଛନ୍ତି। ଏହି ପଦ ପାଇଁ ପ୍ରଣବ ପ୍ରକାଶ ଦାସ ଯୋଗ୍ୟ ବୋଲି କହିଛନ୍ତି ଦଳୀୟ କର୍ମକର୍ତ୍ତା।

୨୦୧୪, ୨୦୧୯ ବିଜେପୁର ଓ ପାଟକୁରା ନିର୍ବାଚନରେ ବିଜେଡି ବିଜୟୀ ହୋଇଥିଲା। ଏଥିରେ ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଅନନ୍ୟ ଯୋଗଦାନ ରହିଥିଲା।

Comment