ଓଡ଼ିଶାଲାଇଭ୍ ବ୍ୟୁରୋ

ୟେସ୍ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କ ଦେବାଳିଆ ଘୋଷଣା କରିବା ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ।

ଚିଦାମ୍ବରମ କହିଛନ୍ତି, “୬ ବର୍ଷ ହେଲା ଦେଶରେ ମୋଦୀଙ୍କ ଶାସନ ଚାଲିଛି। ଏହି ୬ବର୍ଷରେ ମୋଦୀ ଆର୍ଥିକ ସଂସ୍ଥାଗୁଡ଼ିକୁ ପରିଚାଳନା ଓ ଏହାର ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି।”

ଏଥିସହିତ ସେ କହିଛନ୍ତି ଯେ, ପ୍ରଥମେ ପିଏମସି ବ୍ୟାଙ୍କ ଓ ଏବେ ୟେସ୍ ବ୍ୟାଙ୍କ ଦେବାଳିଆ ଘୋଷଣା ହୋଇଛନ୍ତି। ତୃତୀୟରେ ଏବେ କେଉଁ ବ୍ୟାଙ୍କ ଲାଇନରେ ଅଛି ବୋଲି ସେ ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି।

ଅନ୍ୟପଟେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ଘଟଣାରେ ‘ନୋ ୟେସ୍ ବ୍ୟାଙ୍କ, ମୋଦୀ ଭାରତର ଅର୍ଥ ବ୍ୟବସ୍ଥାକୁ  ବିଗାଡ଼ି ଦେଇଛନ୍ତି’ ବୋଲି ଟୁଇଟ୍ କରି ଲେଖିଛନ୍ତି।

ଏହି ଘଟଣାକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ୟେସ୍ ବ୍ୟାଙ୍କ ଖାତାଧାରୀମାନେ ବ୍ୟସ୍ତ ହୁଅନ୍ତୁ ନାହିଁ। ସେମାନଙ୍କର ଟଙ୍କା ସୁରକ୍ଷିତ ରହିଛି ବୋଲି ସେ କହିଛନ୍ତି। ବିରୋଧୀମାନେ ଅଯଥାରେ ଏହାକୁ ନେଇ ଚର୍ଚ୍ଚା କରୁଛନ୍ତି। ରିଜର୍ଭ ବ୍ୟାଙ୍କ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ କରିବ ବୋଲି ସୀତାରମଣ କହିଛନ୍ତି।

ୟେସ୍ ବ୍ୟାଙ୍କ ଋଣ ଆକାରରେ ଦେଇଥିବା କୋଟି କୋଟି ଟଙ୍କା ପରିଶୋଧ ହୋଇପାରିନାହିଁ। ଫଳରେ ରେଟିଂ ଏଜେନ୍ସି ଏହାର ରେଟିଂ ହ୍ରାସ କରିଦେଇଛନ୍ତି। ଏଥପାଇଁ ବ୍ୟାଙ୍କକୁ ଦେବାଳିଆ ବୋଲି ଘୋଷଣା କରାଯାଇଛି।

Comment