ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଥମଥର ପାଇଁ ମହିଳା ଟି-୨୦ ବିଶ୍ଵକପ ଖେଳିବ ଭାରତ। ଭାରତ ଏହି ମ୍ୟାଚ ଜିତି ଇତିହାସ ରଚିବା ଲକ୍ଷ୍ୟରେ ରହିବ। ଭାରତକୁ ଏହି ମ୍ୟାଚ ଜିତିବାକୁ ହେଲେ ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ପ୍ରଦର୍ଶନ କରିବାକୁ ହେବ। କାରଣ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆର ପଲ୍ଲା ଭାରି ରହିବ। ପୂର୍ବ ବିଶ୍ଵକପରେ ଅଷ୍ଟ୍ରେଲିଆ ଚାମ୍ପିଅନ ହୋଇଥିଲା।

ପୂର୍ବରୁ ୬ଥର ବିଶ୍ଵକପ ହୋଇଛି। ଯେଉଁଥିରେ ଅଷ୍ଟ୍ରେଲିଆ ସର୍ବାଧିକ ୪ଥର ଚାମ୍ପିଅନ ହୋଇଛି। ସେହିପରି ୨୦୦୯ରେ ପ୍ରଥମଥର ଇଂଲଣ୍ଡ ଓ ୨୦୧୬ରେ ଓ୍ଵେଷ୍ଟଇଣ୍ଡିଜ ଚାମ୍ପିଅନ ହୋଇଥିଲେ। ଏଥର ଭାରତ ପାଖରେ ବିଶ୍ଵ ବିଜେତା ହେବାର ସୁଯୋଗ ରହିଛି। ଯଦି ଭାରତ ଫାଇନାଲ ମ୍ୟାଚରେ ବିଜୟୀ ହୁଏ, ତାହେଲେ ଏହି ବିଜୟ ଐତିହାସିକ ହେବ।

ଏଥର ବିଶ୍ଵକପରେ ଭାରତ ଭଲ ପ୍ରଦର୍ଶନ ମଧ୍ୟ କରିଛି। ୪ଟି ମ୍ୟାଚରୁ ୪ଟି ଯାକ ଜିତି ଭାରତ ୮ ପଏଣ୍ଟ ପାଇ ସେମି ଫାଇନାଲରେ ପ୍ରବେଶ କରିଥିଲା। ସେମିଫାଇନାଲରେ ଇଂଲଣ୍ଡକୁ ହରାଇ ଭାରତ ଫାଇନାଲରେ ପ୍ରବେଶ କରିଛି। ଭାରତ ପକ୍ଷରୁ ୧୬ ବର୍ଷିୟ ଶେଫାଳି ବର୍ମା ଚମତ୍କାର ଫର୍ମରେ ରହିଛନ୍ତି।

Comment