ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଦୁଇଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଜୁନିୟର କ୍ଲର୍କ କମ୍‌ ଆକାଉଣ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଏପ୍ରିଲ୍‌ ୬ ତାରିଖ ଯାଏଁ ଚାଲୁ ରହିବ।

ପଦବୀ ସଂଖ୍ୟା– ୨ (ପ୍ରତ୍ୟକ ବିଦ୍ୟାଳୟ ପାଇଁ ଗୋଟିଏ ଲେଖାଏଁ)

ଯୋଗ୍ୟତା– ସ୍ନାତକ ଡିଗ୍ରୀ ସହ କମ୍ପ୍ୟୁଟର ଓ ଟାଲିରେ ଜ୍ଞାନ ଥିବା ଆବଶ୍ୟକ। ଓଡ଼ିଆ ଏବଂ ଇଂରାଜୀ ଭାଷା ଜାଣିଥିବେ।

ବୟସ ସୀମା– ୨୦୨୦ ମାର୍ଚ୍ଚ ୨ ସୁଦ୍ଧା ୨୧ରୁ ୩୨ ବର୍ଷ ବୟସ ହୋଇଥିବା ଆବଶ୍ୟକ।

ଦରମା– ୭,୧୦୦ ଟଙ୍କା

ଆବେଦନ ପ୍ରକ୍ରିୟା:

ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଆବେଦନପତ୍ର, ସମସ୍ତ ଶିକ୍ଷାଗତ କାଗଜପତ୍ର, ଜରୁରୀ ପ୍ରମାଣପତ୍ର ଆଦିକୁ ଏପ୍ରିଲ୍‌ ୬ ସଂଧ୍ୟା ୫ଟା ପୂର୍ବରୁ ନିମ୍ନଲିଖିତ ଠିକଣାରେ ପଠାଇବାକୁ ବିଜ୍ଞପ୍ତିରେ କୁହାଯାଇଛି।

ଠିକଣା– ଦି ଡିଷ୍ଟ୍ରିକ୍ଟ ଏଜୁକେସନ୍‌ ଅଫିସର୍‌, ସୁନ୍ଦରଗ଼ଡ଼, ଏଟ୍‌/ପୋଷ୍ଟ- ସୁନ୍ଦରଗଡ଼, ଜିଲ୍ଲା- ସୁନ୍ଦରଗଡ଼, ପିନ୍- ୭୭୦୦୦୧

ଏହି ନିଯୁକ୍ତି ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିବା ପାଇଁ sundergarh.nic.in ରେ ଲଗ୍‌ଇନ୍‌ କରନ୍ତୁ।

Comment