ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ ଆଫ୍ରିକା ବିରୋଧରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଦଳ ଘୋଷଣା କରିଛି ବିସିସିଆଇ। ଏଥର ଦଳରେ ଦ୍ରୁତ୍ ବୋଲର ଭୁବନେଶ୍ୱର କୁମାର ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସ୍ଥାନ ମିଳିଛି।

ମାର୍ଚ୍ଚ ୧୨ ତାରିଖରୁ ଧର୍ମଶାଳାରେ ଏହି ସିରିଜ୍ ଆରମ୍ଭ ହେବ। ଏହି ସିରିଜରେ ମୋଟ୍ ୩ଟି ଦିନିକିଆ ମ୍ୟାଚ୍ ଖେଳାଯିବ। ବିସିସିଆଇ ଘୋଷଣା କରିଥିବା ଦଳରେ ଓପନର ଭାବେ ପୃଥ୍ୱୀ ସ’ଙ୍କୁ ସ୍ଥାନ ଦେଇଛି। ଦଳରେ ରୋହିତ ଶର୍ମାଙ୍କୁ ସ୍ଥାନ ଦିଆଯାଇନାହିଁ।

ଅନ୍ୟପଟେ ଦ୍ରୁତ୍ ବୋଲର ଭୁବନେଶ୍ୱର କୁମାର ମଧ୍ୟ ଦଳକୁ ଫେରିଛନ୍ତି। ସେହିପରି ଆହତ ସମସ୍ୟାରୁ ଉଦ୍ଧାର ପାଇଥିବା ଶିଖର ଧାୱନ ମଧ୍ୟ ଦଳକୁ ଫେରିଛନ୍ତି।

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, କେ ଏଲ୍ ରାହୁଲ, ପୃଥ୍ୱୀ ସ, ମନିଷ ପାଣ୍ଡେ, ଶ୍ରେୟାସ ଆୟାର, ରିଷଭ ପନ୍ତ, ହାର୍ଦ୍ଧିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ଯୁଜବେନ୍ଦ୍ର ଚହଲ, ଜଶପ୍ରୀତ ବୁମରା, ନବଦୀପ ସୈନୀ, କୁଲଦୀପ ଯାଦବ ଓ ଶୁଭମନ୍ ଗିଲ୍

Comment