ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାର୍ଚ୍ଚ ୮କୁ ପ୍ରତିବର୍ଷ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ। ଏହି ଦିବସରେ ଆଜି ଏମିତି ଜଣେ ମହିଳାଙ୍କ କଥା ଆଲୋଚନା କରିବା ଯିଏକି ହିନ୍ଦୁ ମହିଳା ଭାବେ ପାକିସ୍ତାନର ପ୍ରଥମ ମହିଳା ଜଜ୍‌ ହୋଇପାରିଛନ୍ତି।

ଦେଶ ହେଉ କି ବିଦେଶ ଭାରତୀୟ ମହିଳାମାନେ ସବୁ ସ୍ଥାନରେ ନାଁ କମାଇ ସାରିଛନ୍ତି। ସେ ଯେକୌଣସି କ୍ଷେତ୍ର ହେଉ ଭାରତୀୟ ମହିଳା ଯେଉଁଠି ବି ରହିଲେ ନିଜ ଦେଶର ନାଁକୁ ଉଜ୍ଵଳ କରିଥାନ୍ତି। ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆମେ ସେହି ମହିଳାଙ୍କ କଥା କହିବୁ ଯିଏ ହିନ୍ଦୁ ସମ୍ପ୍ରାଦାୟର ମହିଳା ଭାବେ ପାକିସ୍ତାନରେ ପ୍ରଥମ ମହିଳା ଜଜ୍‌ ହୋଇପାରିଛନ୍ତି। ସିଏ ହେଉଛନ୍ତି ସୁମନ କୁମାରୀ। ବିଦେଶରେ ଜଣେ ମହିଳାଙ୍କ ଏଭଳି ସଫଳତା ଆମ ଦେଶ ପାଇଁ ସବୁଠାରୁ ଗର୍ବର କଥା।

ସୁମନଙ୍କ ଜନ୍ମ ପାକିସ୍ତାନର କମ୍ବର ଶାହଦାଦ୍‌କୋଟ ଅଞ୍ଚଳରେ। ସୁମନ୍‌ଙ୍କ ପିତା ହେଉଛନ୍ତି ପବନ କୁମାର ବୋଡାନ। ସେ ଜଣେ ଚକ୍ଷୁ ରୋଗ ବିଶେଷଜ୍ଞ। ସୁମନ୍‌ଙ୍କ ୨ ଭଉଣୀଙ୍କ ମଧ୍ୟରୁ ଜଣେ ସଫ୍ଟଓୟାର ଇଞ୍ଜିନିୟର ଥିବା ବେଳେ ଅନ୍ୟଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ଅଛନ୍ତି। ତେବେ ଏତେ ଅଭାବ ଦେଖି ନାହାନ୍ତି ସୁମନ। ତଥାପି ତାଙ୍କର ଏହି ସଫଳତାର ଯାତ୍ରା ତାଙ୍କ ପାଇଁ ବହୁତ କଷ୍ଟ ଥିଲା।

ହାଇଦ୍ରାବଦରୁ ଏଲଏଲବି ପରୀକ୍ଷା ପାସ୍ କରି ସୁମନ୍ କରାଚୀର ଜବିସ୍ତ ୟୁନିଭରସିଟିରୁ ସ୍ନାତ୍ତକତ୍ତୋର ଶିକ୍ଷା ଗ୍ରହଣ କରିଥିଲେ। ଏହା ପରେ ସେ ଆଡଭୋକେଟ୍ ଜଷ୍ଟିସ୍ ରସିଦ୍ ରିଜଭିଙ୍କ ଲ’ ଫାର୍ମରେ ଦୁଇ ବର୍ଷ ଅଭ୍ୟାସ କରିଥିଲେ। ଏହା ମଧ୍ୟରେ ସେ ସିଭିଲ୍‌ ଜଜ୍‌ ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ ହେଉଥାନ୍ତି। ନିଜ ପାଠ ପଢ଼ା ସହ ସିଭିଲ ପରୀକ୍ଷା ପାଇଁ ପଢ଼ା ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସଦୃଶ ଥିଲା।

ପରେ ସୁମନ୍ ସିଭିଲ୍ ଜଜ ମାଜିଷ୍ଟ୍ରେଟ୍ ମେଧା ପରୀକ୍ଷା ଦେଇଥିଲେ। ଏହି ପରୀକ୍ଷାରେ ୫୪ ତମ ସ୍ଥାନ ହାସଲ କରି ପାକିସ୍ତାନର ପ୍ରଥମ ମହିଳା ହିନ୍ଦୁ ଜଜ୍‌ ହେବାର ସଫଳତା ଲାଭ କରିଥିଲେ ସୁମନ୍‌। ସୁମନ୍‌ଙ୍କ ଏହି ସଫଳତାରେ ତାଙ୍କ ପରିବାର ଲୋକ ବହୁତ ଖୁସି ହୋଇଥିଲେ। କେବଳ ତାଙ୍କ ପରିବାର ନୁହେଁ ଏହି ସଫଳତା ଭାରତ ପାଇଁ ମଧ୍ୟ ଗର୍ବର କଥା।

ପାକିସ୍ତାନ ଏକ ମୁସଲମାନ ରାଷ୍ଟ୍ର ହୋଇଥିବାବେଳେ ଏଠାରେ ବହୁତ କମ୍‌ ହିନ୍ଦୁ ବାସକରନ୍ତି। ପାକିସ୍ତାନରେ ମୋଟ ଜନସଂଖ୍ୟାର ମାତ୍ର ଦୁଇ ପ୍ରତିଶତ ଲୋକ ହେଉଛନ୍ତି ହିନ୍ଦୁ। ଏହା ପୂର୍ବରୁ ଜଷ୍ଟିସ୍‌ ରାଣା ଭଗବାନ ଦାସ ପାକିସ୍ତାନର ପ୍ରଥମ ହିନ୍ଦୁ ଜଜ୍‌ ଭାବେ ନିଯୁକ୍ତି ପାଇଥିଲେ। ବର୍ତ୍ତମାନ ସୁମନ୍‌ ପାକିସ୍ତାନର ପ୍ରଥମ ହିନ୍ଦୁ ମହିଳା ଜଜ୍‌ ଭାବେ ନିଯୁକ୍ତି ପାଇଛନ୍ତି।

LEAVE A REPLY

Please enter your comment!
Please enter your name here