ଓଡ଼ିଶାଲାଇଭ୍ ବ୍ୟୁରୋ

  • ଓଏଚପିସି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ କାର୍ଯ୍ୟକ୍ରମ
  • ସମାଜରେ ମହିଳା ଓ ପୁରୁଷ ମଧ୍ୟରେ ଭେଦଭାବ ଦୂର ପାଇଁ ଗୁରୁତ୍ଵ

ଓଡ଼ିଶା ଜଳ ବିଦ୍ୟୁତ ନିଗମ (ଓଏଚପିସି) ପକ୍ଷରୁ ଆୟୋଜିତ ହୋଇଯାଇଛି ଅନ୍ତର୍ଜାତୀୟ ମହିଳା ଦିବସ କାର୍ଯ୍ୟକ୍ରମ। ସୋମବାର ଭୁବନେଶ୍ଵରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଗୁରୁ ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଭାପତି ଡକ୍ଟର ଅରୁଣା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ମହିଳା ଦିବସ କାର୍ଯ୍ୟକ୍ରମରେ ଲିଙ୍ଗଗତ ସମାନତାକୁ ନେଇ ଏକ ଦିନିକିଆ କର୍ମଶାଳାର ଆୟୋଜନ କରଯାଇଥିଲା। ଏଠାରେ ଟେକ୍ନୋଲୋଜି ମାଧ୍ୟମରେ କିପରି ସମାଜରେ ସ୍ତ୍ରୀ ଓ ପୁରୁଷଙ୍କ ମଧ୍ୟରେ ଭେଦଭାବ ଦୂର କରିହେବ ସେ ବିଷୟରେ ଅଲୋଚନା କରଯାଇଥିଲା

“ଆଜିର ସମାଜରେ ମହିଳାମାନେ ନିଜର ଆତ୍ମସମ୍ମାନକୁ ସବୁବେଳେ ଗୁରୁତ୍ଵ ଦେବା ଆବଶ୍ୟକ। ଜୀବନରେ ଆସୁଥିବା ବିପରୀତ ପରିସ୍ଥିତିରେ ନାରୀମାନେ ନିଜ ପାଇଁ ଠିଆ ହେବା ଆବଶ୍ୟକ। ଭାରତ ତଥା ବିଶ୍ଵରେ ସଫଳତା ହାସଲ କରିଥିବା ନାରୀଙ୍କ କାହାଣୀ ଅନ୍ୟଙ୍କ ପାଇଁ ପ୍ରେରଣା। ଏହାଛଡ଼ା ଆମ ସଂସ୍କୃତି ଓ ଶାସ୍ତ୍ରରେ ଉଲ୍ଲେଖ ଅନେକ ନାରୀଙ୍କ କଥାରୁ ଆମ ସମସ୍ତଙ୍କୁ ଶିଖିବାର ଆବଶ୍ୟକତା ଅଛି”, କହିଛନ୍ତି ଡକ୍ଟର ଅରୁଣା ମହାନ୍ତି।

ଏହି କାର୍ଯ୍ୟକ୍ରମରେ ଓଏଚପିସିର ପରିଚାଳନା ନିର୍ଦେଶକ ଅମରେଶ କୁମାର, ମାନବ ସମ୍ବଳ ନିର୍ଦେଶକ ପି କେ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଏହାଛଡ଼ା ଓଏଚପିସିର ଅନେକ ମହିଳା କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Tags: #InternationalWomen’sDay #SpecialProgramme #OHPC

Comment