ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ରାଜଧାନୀ ଭୁବନେଶ୍ଵରକୁ ପୂରିଛି ୭୬ ବର୍ଷ। ଏହି ଅବସରରେ ଶନିବାର ଦିନ ପାଳିତ ହେଉଛି ରାଜଧାନୀ ପ୍ରତିଷ୍ଠା ଦିବସ। ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ।   

ପ୍ରତିଷ୍ଠା ଦିବସ ପାଳନ ଅବସରରେ ଶନିବାର ସକାଳେ ଓଡ଼ିଶା ବିଧାନସଭା ସମ୍ମୁଖ ରାଜଧାନୀ ଶିଳାନ୍ୟାସ ଫଳକରେ ପୁଷ୍ପଗୁଚ୍ଛ ଅର୍ପଣ କରାଯାଇଥିଲା। ଏହାପରେ ଏଠାରେ ଜାତୀୟ ପତାକା ଉତ୍ତୋଳନ ହୋଇଥିଲା।  

ସେହିପରି ଭୁବନେଶ୍ଵର ପ୍ରତିଷ୍ଠା ଦିବସରେ ସ୍ଥାନୀୟ ଜୟଦେବ ଭବନରେ ଏକ ଫଟୋଚିତ୍ର ପ୍ରଦର୍ଶନୀର ଉଦଘାଟନ କରାଯାଇଛି। ଏଠାରେ ଭୁବନେଶ୍ଵରର ଇତିହାସ, ସଂସ୍କୃତି, କଳା ସ୍ଥାପତ୍ୟ ଆଦିର ଅତି ସୁନ୍ଦର ସୁନ୍ଦର ଫଟୋ ପ୍ରଦର୍ଶିତ ହେଉଛି। ସନ୍ଧ୍ୟାରେ ଏଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ।

ଭୁବନେଶ୍ଵର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ, ପୋଲିସ କମିଶନର ସଂଜୀବ ପଣ୍ଡା, ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲ ପ୍ରମୁଖ ଯୋଗ ଦେଇଥିଲେ।

୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଭୁବନେଶ୍ଵରକୁ ଓଡ଼ିଶାର ରାଜଧାନୀ ଭାବେ ମାନ୍ୟତା ମିଳିଥିଲା। ସେବେଠାରୁ ପ୍ରତିବର୍ଷ ଏପ୍ରିଲ ୧୩ ତାରିଖକୁ ‘ଭୁବନେଶ୍ୱର ପ୍ରତିଷ୍ଠା ଦିବସ’ ବା ‘ରାଜଧାନୀ ପ୍ରତିଷ୍ଠା ଦିବସ’ ରୂପେ ପାଳନ ହୋଇଆସୁଛି।

Tags: #Bhubaneswar #FoundationDay #SpecialProgram #I&PRDept #Odisha

LEAVE A REPLY

Please enter your comment!
Please enter your name here