ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ଏହି ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି। ଏହାସହ ସୁନାବେଶରେ ମହାପ୍ରଭୁଙ୍କୁ ଭକ୍ତ ଦର୍ଶନ କରୁଛନ୍ତି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

ନୀତି ନିର୍ଘଣ୍ଟ ଅନୁସାରେ ରାତି ୩ଟାରେ ଦ୍ୱାରଫିଟା ହେବ। ପରେ ସାଢ଼େ ୩ଟାରେ ଭିତର ଶୋଧ, ୪ଟାରେ ମଙ୍ଗଳ ଆଳତୀ, ସାଢ଼େ ୪ଟାରେ ମଇଲମ ଓ ତଡ଼ପ ଲାଗି, ୫ଟା ୧୫ରେ ଅବକାଶ, ୫ଟା ୪୫ରେ ରୋଷହୋମ, ୬ଟା ୧୫ରେ ସୂର୍ଯ୍ୟପୂଜା ଶେଷ ହୋଇ ସାଢ଼େ ୬ଟାରେ ଦ୍ୱାରପାଳ ପୂଜା, ମହାପ୍ରଭୁଙ୍କ ସର୍ବାଙ୍ଗ ଓ ନୂଆଲୁଗା ଲାଗି ହୋଇଛି।

୭ଟାରୁ ସାଢ଼େ ୭ଟା ଖଇକୋରା ଭୋଗ, ୭ଟା ୪୫ରେ ଭିତର ବେଢ଼ା ଶେଷ ହେବ। ପରେ ସକାଳ ୮ଟାରେ ନାଭିକଟା ମଣ୍ଡପକୁ ଠାକୁର ବିଜେ କରିଥିଲେ। ୮ଟାରୁ ସାଢ଼େ ୯ଟା ଭିତରେ ରାଜାଧିରାଜ ବେଶ ସରିବା ପରେ ୯ଟା ୪୫ରେ ନାଭିକଟା ମଣ୍ଡପ ନୀତି ଶେଷ ହୋଇଛି।

Comment