ଓଡ଼ିଶାଲାଇଭ୍ ବ୍ୟୁରୋ
ଖୋର୍ଦ୍ଧାସ୍ଥିତ ନାଇଡ଼ୁ କନ୍ସେପ୍ଟ ସ୍କୁଲ୍ରେ ପ୍ରିନ୍ସିପାଲ୍, ଅଧ୍ୟାପକ, କୋର୍ଡିନେଟର, ମାର୍କେଟିଂ ଏକ୍ସିକ୍ୟୁଟିଭ୍ ଆଦି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ମାର୍ଚ୍ଚ ୧୫ରେ ଅନୁଷ୍ଠିତ ହେବାକୁ ଯାଉଛି ଓ୍ଵାକ୍ ଇନ୍ ଇଣ୍ଟରଭ୍ୟୁ।
ପଦବୀ ଓ ଯୋଗ୍ୟତା:
- ପ୍ରିନ୍ସିପାଲ୍/ଭାଇସ୍-ପ୍ରିନ୍ସିପାଲ୍/ଏଓ- ଏମ୍ଏସ୍ସି/ଏମ୍ଏସ୍ସି ବିଏଡ୍ କରିବା ସହ ୪ରୁ ୫ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
- ଅଧ୍ୟାପକ (ବୋର୍ଡ ସ୍ତର) – (ପିସିଏମ୍ବି, ଆଇଟି, ଇଲେକ୍ଟ୍ରୋନିକ୍ସ ଏବଂ ଇଂରାଜୀ)- ଏମ୍ଏସ୍ସି/ଏମ୍ଏ କରିବା ସହ ୨ରୁ ୫ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
- ଜୁନିୟର ଲେକ୍ଚର/ହଷ୍ଟେଲ୍ ଟିଚର୍ (ପିସିଏମ୍ବି) – ଏମ୍ଏସ୍ସି କରିବା ସହ ୨ରୁ ୩ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
- କୋର୍ଡିନେଟର୍/କାଉନ୍ସେଲର୍/ଲ୍ୟାବ୍ ଆସିଷ୍ଟାଣ୍ଟ (ପିସିବି/ଆଇଟି) – ବିଏସ୍ସି/ଏମ୍ଏସ୍ସି କରିବା ସହ ୨ରୁ ୩ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
- ମାର୍କେଟିଂ ଏକ୍ସିକ୍ୟୁଟିଭ୍- ସ୍ନାତକ ଡିଗ୍ରୀ ୨ରୁ ୩ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
- ଡିଟିପି/ଗ୍ରାଫିକ୍ସ ଡିଜାଇନର୍- ସ୍ନାତକ ଡିଗ୍ରୀ ସହ ସଂପୃକ୍ତ ବିଭାଗରେ ୨ରୁ ୩ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
- ହଷ୍ଟେଲ୍ ଇନ୍ଚାର୍ଜ/ଓ୍ଵାର୍ଡେନ୍- ଏକ୍ସ-ସର୍ଭିସ ମ୍ୟାନ୍/ ସ୍ନାତକ ଡିଗ୍ରୀ ସହ ୨ରୁ ୩ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
- ରୋଷେଇ କର୍ମଚାରୀ/ପିଓନ୍- ଏହି କାର୍ଯ୍ୟରେ ୨ରୁ ୩ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
ଆବେଦନ ପ୍ରକ୍ରିୟା:
ଆଗ୍ରହୀ ପ୍ରାର୍ଥୀମାନେ ନିଜର ବାୟୋଡାଟା ଏବଂ ଦରକାରୀ କାଗଜପତ୍ର ସହ ସ୍କୁଲ କାର୍ଯ୍ୟକାରୀ ସମୟରେ ନିମ୍ନଲିଖିତ ଠିକଣାରେ ପହଞ୍ଚିଯିବାକୁ ବିଜ୍ଞପ୍ତିରେ କୁହାଯାଇଛି।
- ଠିକଣା– ନାଇଡ଼ୁ କନ୍ସେପ୍ଟ ସ୍କୁଲ୍, ଗଡ଼ ଖୋର୍ଦ୍ଧା, ବରୁଣେଇ ଫରେଷ୍ଟ ରୋଡ୍, Tite ଡିପ୍ଲୋମା କଲେଜ୍, ଖୋର୍ଦ୍ଧା-୭୫୨୦୫୫
- ଇ ମେଲ୍– naiduclasses@gmail.com କୁ ନିଜର ବାୟୋଡାଟା ମେଲ୍ କରିପାରିବେ।
ଯୋଗାଯୋଗ ପାଇଁ-
- ହଷ୍ଟେଲ୍ ଇନ୍ଚାର୍ଜ/ଓ୍ଵାର୍ଡେନ୍/ ରୋଷେଇ କର୍ମଚାରୀ/ପିଓନ୍ ପଦବୀ ପାଇଁ- 8114379591, 9776975904
- ଅନ୍ୟ ପଦବୀ ପାଇଁ- 9776803399, 7679817439
source – www.chakiri.plus