ଓଡ଼ିଶାଲାଇଭ୍ ବ୍ୟୁରୋ

BJEM ଭୁବନେଶ୍ଵରସ୍ଥିତ ବକ୍ସି ଜଗବନ୍ଧୁ ଏଜୁକେସନ୍‌ ସୋସାଇଟି ଅଧୀନରେ ବିଭିନ୍ନ ବିଷୟରେ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ମାର୍ଚ୍ଚ ୧୩ ତାରିଖ ସୁଦ୍ଧା ଆବେଦନ କରିପାରିବେ। ଏହି ନିଯୁକ୍ତି ବିଜେବି ନଗର ଏବଂ ସତ୍ୟଭାମାପୁରରେ ଥିବା ବିଜେଇଏମ୍‌ ସ୍କୁଲ୍‌ରେ ଦିଆଯିବ।

ପଦବୀ ଏବଂ ଶିକ୍ଷାଗତ ଯୋଗ୍ୟତା

  • ପିଜିଟି (ଫିଜିକାଲ ଏଜୁକେସନ୍‌) – ଫିଜିକାଲ ଏଜୁକେସନ୍‌ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବେ।
  • ଟିଜିଟି (ଓଡ଼ିଆ, ମ୍ୟାଥେମେଟିକ୍ସ) – ନିଜ ବିଷୟରେ ସ୍ନାତକ ଡିଗ୍ରୀ ସହ ୫୦% ସହ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବେ। ବି.ଏଡ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ।
  • ପିଆର୍‌ଟି (ଇଂରାଜୀ, ସାଇନ୍ସ) – ନିଜ ବିଷୟରେ (ଅନର୍ସ କିମ୍ବା ପାସ୍‌) ୫୦% ସହ ସ୍ନାତକ ଡିଗ୍ରୀ ହାସଲ କରିଥିବେ। ବି.ଏଡ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ।
  • ପିଆର୍‌ଟି (କମ୍ପ୍ୟୁଟର ସାଇନ୍ସ) – ବିସିଏ/ଏମ୍‌ସିଏ ରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବେ।

ବୟସ ସୀମା– ୨୦୨୦ ଏପ୍ରିଲ୍‌ ୧ ସୁଦ୍ଧା ୪୦ ବର୍ଷରୁ କମ୍‌ ବୟସ୍କ ହୋଇଥିବେ।

ଦରମା:

  • ପିଜିଟି- ୪୪,୯୦୦ରୁ ୧, ୪୨, ୪୦୦ ଟଙ୍କା
  • ଟିଜିଟି- ୩୫,୪୦୦ରୁ ୧, ୧୨, ୪୦୦ ଟଙ୍କା
  • ପିଆର୍‌ଟି- ୨୩,୬୦୦ରୁ ୭୪,୮୦୦ ଟଙ୍କା

BJEM school

ଆବେଦନ ପ୍ରକ୍ରିୟା:

ପ୍ରାର୍ଥୀମାନେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ୨୦୦ ଟଙ୍କା ଡିପୋଜିଟ୍‌ କରି ମାର୍ଚ୍ଚ ୨ରୁ ୧୨ ମଧ୍ୟରେ ଏକାଡେମିକ କାଉଣ୍ଟରରୁ ଆବେଦନପତ୍ର ସଂଗ୍ରହ କରିପାରିବେ।

ସ୍କୁଲ୍‌ ଓ୍ଵେବ୍‌ସାଇଟ୍‌ରୁ ଆବେଦନପତ୍ର ଡାଉନ୍‌ଲୋଡ୍‌ କରୁଥିବା ପ୍ରାର୍ଥୀଙ୍କୁ ବିଜେ ଏଜୁକେସନ୍‌ ସୋସାଇଟିର ସେକ୍ରେଟାରୀଙ୍କ ଜରିଆରେ ୨୦୦ ଟଙ୍କାର ବ୍ୟାଙ୍କ ଡ୍ରାଫ୍ଟ ସହ ଆବେଦନପତ୍ର ଓ ଜରୁରୀ ସାର୍ଟିଫିକେଟ୍‌ର ଫଟୋକପିକୁ ସ୍କୁଲ ଚାଲିଥିବା ସମୟରେ ଆବେଦନର ଶେଷ ତାରିଖ ପୂର୍ବରୁ ଦାଖଲ କରିବାକୁ ହେବ।

  • ଯୋଗାଯୋଗ ପାଇଁ ଫୋନ୍‌ ନମ୍ବର- 0674-2310442, 2310457

ଏହି ବିଜ୍ଞପ୍ତି ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ bjemschool.org ଓ୍ଵେବ୍‌ସାଇଟ୍‌ରେ ଲଗ୍‌ଇନ୍‌ କରନ୍ତୁ।

Source – www.chakiri.plus

Comment