ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ବିଶ୍ୱରେ ଭୟ ସୃଷ୍ଟି କରିଥିବା କୋରୋନା ଭାଇରସ ଏବେ ଟିମ୍ ଇଣ୍ଡିଆରେ ମଧ୍ୟ ଭୟ ସୃଷ୍ଟି କରିଛି। ଏଥିପାଇଁ ଆଗାମୀ ଦକ୍ଷିଣ ଆଫ୍ରିକା ସିରିଜ୍ ପୂର୍ବରୁ ଖେଳାଳିମାନଙ୍କୁ ଫିଟନେସ୍ ଟେଷ୍ଟ ଦେବାକୁ ପଡ଼ିବ।

ନ୍ୟୁଜିଲାଣ୍ଡ ସିରିଜ୍ ପରେ ଏବେ ଟିମ୍ ଇଣ୍ଡିଆ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକାକୁ ଭେଟିବାକୁ ଯାଉଛି। ଏହାପୂର୍ବରୁ ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ବେଙ୍ଗାଳୁରୁ ଯାଇ ଜାତୀୟ କ୍ରିକେଟ୍ ଏକାଡେମୀରେ ନିଜର ଫିଟନେସ୍ ଟେଷ୍ଟ ଦେବେ।

ଆସନ୍ତା ମାର୍ଚ୍ଚ ୧୨ ତାରିଖରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜ୍ ଆରମ୍ଭ ହେବ। ଏଥିପାଇଁ ଭାରତୀୟ ଦଳ ଘୋଷଣା ହୋଇସାରିଛି। ଦକ୍ଷିଣ ଆଫ୍ରିକା ଦଳ ମଧ୍ୟ ଏଥିପାଇଁ ଭାରତ ପହଞ୍ଚିସାରିଛନ୍ତି।

Comment